thumbnail

By ETV Bharat Odisha Team

Published : May 14, 2024, 8:43 PM IST

ETV Bharat / Videos

କଟକରେ ପ୍ରଚାର ଜମାଉଛି କଂଗ୍ରେସ, ଟାର୍ଗେଟରେ ବିଜେପି-ବିଜେଡି - Congress Campaign in Cuttack

Congress Campaign in Cuttack: କଟକ: ସିଲଭର ସିଟିରେ ଜମୁଛି କଂଗ୍ରେସର ପ୍ରଚାର । ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ରହିଥିଲାବେଳେ କଟକ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସୁରେଶ ମହାପାତ୍ର ଓ ଚୌଦ୍ବାର ବିଧାୟକ ପ୍ରାର୍ଥୀ ମୀରା ମଲ୍ଲିକ ଘର ଘର ବୁଲି ଆରମ୍ଭ କରିଛନ୍ତି ଜୋରଦାର ପ୍ରଚାର । ବିଜେଡି ଓ ବିଜେପି ସରକାରର ଅପାରଗତାକୁ ମୁଦ୍ଦା କରି ଲୋକମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ଏହି କ୍ରମରେ ଆଜି କଟକର ବିଭିନ୍ନ ଅନୁଷ୍ଠାନ, ବାର୍‌ ସଂଘରେ ପ୍ରଚାର କରିଛନ୍ତି ଉଭୟ ପ୍ରାର୍ଥୀ ।

ଏହା ମଧ୍ୟ ପଢ଼ନ୍ତୁ...ETV Bharat EXCLUSIVE: 'ମୋଦି ଆଉଟ୍‌ ଗୋଇଙ୍ଗ୍‌ ପିଏମ୍‌, ୨୦୦୪ ଫଳାଫଳ ପୁନରାବୃତ୍ତି ହେବ' 

ଆସନ୍ତା ନିର୍ବାଚନରେ କଂଗ୍ରେସକୁ ବହୁମତରେ ବିଜୟ କରିବା ନେଇ ଲୋକମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି ସୁରେଶ ମହାପାତ୍ର ଓ ମୀରା ମଲ୍ଲିକ । ସୁରେଶ କହିଛନ୍ତି, "ବିଗତ ଅନେକ ବର୍ଷ ଧରି ରାଜ୍ୟରେ ମନମୁଖୀ ଶାସନ ଚାଲିଛି । ଲୋକମାନେ ଏହି ଶାସନ ବ୍ୟବସ୍ଥାକୁ ନେଇ ଅତିଷ୍ଠ ହୋଇ ପଡିଲେଣି । ସମୟ ଆସିଛି ପରିବର୍ତ୍ତନର । ରାଜ୍ୟରେ ଚାଲିଥିବା ବିଜେଡି ଶାସନକୁ ଶେଷ କରିବା ପାଇଁ କଟକରୁ କଂଗ୍ରସ ଦେଖାଇବ ଦମ । ଉଭୟ ଲୋକସଭା ଓ ବିଧାନସଭା ଆସନରେ ବହୁମତ ପାଇ ସରକାର ପରିବର୍ତ୍ତନ କରିବାରେ ମୁଖ୍ୟ ଭୁକିକା ଗ୍ରହଣ କରିବ କଟକ ।" ତେବେ ଲୋକସଭା ଲଢେଇରେ ବିଜେଡିରୁ ସଂତୃପ୍ତ ମିଶ୍ର ରହିଥିଲାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଭେଟରାନ ନେତା ଭର୍ତ୍ତୃହରି ମହତାବ । ସେହିପରି ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ସୌଭିକ ବିଶ୍ବାଳ, ବିଜେପିରୁ ନୟନ କିଶୋର ମହାନ୍ତି ଓ କଂଗ୍ରେସରୁ ମୀରା ମଲ୍ଲିକଙ୍କ ମଧ୍ୟରେ ହେବ ଫାଇଟ୍‌ । ତେବେ କଂଗ୍ରେସ ଉଭୟ ଆସନ ଅକ୍ତିଆର କରିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ସୁରେଶ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.