କଂଗ୍ରେସର ଲୋକସଭା ପ୍ରାର୍ଥୀ ସମେତ ୩ ବିଧାନସଭା ପ୍ରାର୍ଥୀ କଲେ ନାମାଙ୍କନ - Lok Sabha Election 2024 - LOK SABHA ELECTION 2024
🎬 Watch Now: Feature Video
Published : Apr 24, 2024, 9:11 PM IST
Congress Candidates File Nomination: ଭବାନୀପାଟଣା: ଆଜି କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଆଜି ଜିଲ୍ଲାର ଲାଞ୍ଜିଗଡ, ନର୍ଲା, ଭବାନୀପାଟଣା ବିଧାୟକ ପ୍ରାର୍ଥୀଙ୍କ ସମେତ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରିବା ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ଜରିଆରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରି ନିଜର ହଜାର ହଜାର ସମର୍ଥକ ମାନଙ୍କ ସହ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ସେଠାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଥିବା ବେଳେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ସେ ବିଧାୟକ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ... ମା' ବିରଜାଙ୍କ ଆଶୀର୍ବାଦ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଶ୍ବରଞ୍ଜନ - BARI CONSTITUENCY
ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନାମାଙ୍କନ ଦାଖଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ସେହିପରି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ପୁଅ ତଥା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଭାପତି ସାଗର ଚରଣ ଦାସ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ କହିଛନ୍ତି ଯେ ସେ କଂଗ୍ରେସର ୫ ନ୍ୟାୟକୁ ନେଇ ଘର ଘର ପହଞ୍ଚାଇବେ ।
ଭକ୍ତ ଦାସ କହିଛନ୍ତି ଯେ କଳାହାଣ୍ଡିର ବିକାଶ ପାଇଁ କଂଗ୍ରେସ ଲଢେଇ କରୁଛି । ଦେଶରେ ଗଣତନ୍ତ୍ରର ରକ୍ଷା ପାଇଁ କଂଗ୍ରେସ ସଦା ଲଢେଇ କରିଆସିଛି । ଦୀର୍ଘ ବର୍ଷ ଧରି ବିଜେଡି ସରକାରର ବିଫଳତା ସହ କେନ୍ଦ୍ରରେ ଥିବା ୧୦ ବର୍ଷର ବିଜେପି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ନିକଟକୁ ଯିବୁ ଓ ଶାସନରେ ଆସିଲେ କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବୁ ବୋଲି ଭକ୍ତ ପ୍ରକାଶ କରିଛନ୍ତି । ସେହିପରି ସାଗର ଦାସ ଅଞ୍ଚଳରେ ପାଣି ସମସ୍ୟା, ଦାଦନ ସମସ୍ୟା, କୃଷି ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ଳଢିବେ ବୋଲି କହିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି