ନାମାଙ୍କନ କଲେ ପରଜଙ୍ଗ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ କୁମାର ସାହୁ - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : May 1, 2024, 6:31 PM IST
Parajanga Congress Candidate files Nomination: ଢେଙ୍କାନାଳ: ସାଧାରଣ ନିର୍ବାଚବ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ସେହିକ୍ରମରେ ପରଜଙ୍ଗ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ କୁମାର ସାହୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ କାମାକ୍ଷାନଗର ସହରର ଆଳତୁମା ସ୍ଥିତ ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ l ପରେ ପୂଜାର୍ଚ୍ଚନା ସାରି ତାରିଣୀ ମନ୍ଦିର ଠାରୁ କଂଗ୍ରେସ କର୍ମୀ, ଦଳୀୟ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଏକ ବିରାଟ ଶୋଭାଯାତ୍ରା କରି ନାମାଙ୍କନ ଭରିବା ପାଇଁ ଆସିଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଞ୍ଜିତ l
ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଥିବା ବେଳେ କଂଗ୍ରେସ ନିଜର ଗ୍ୟାରେଣ୍ଟି କାର୍ଡ, ଚାଷୀଙ୍କ ସମସ୍ୟା, ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନେଇ ଚଳିତ ନିର୍ବାଚନରେ ନିଜର ସ୍ଥିତି ଦୃଢ କରିବ ବୋଲି ରଞ୍ଜିତ କହିଛନ୍ତି । ତା ସହ ବିଜେଡି ଓ ବିଜେପିକୁ ଚକମା ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି । ଏହି ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ କଂଗ୍ରେସ ଦଳ ତରଫରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ହୋଇଥିବା ସସ୍ମିତା ବେହେରାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ । ଆଗାମୀ ଦିନରେ କଂଗ୍ରେସ ଢେଙ୍କାନାଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା କାର୍ଯ୍ୟକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହ ବିପୁଳ ଭୋଟରେ ବିଜୟୀ ହେବା ନେଇ ଆଶା ରଖିଛି l ତେବେ କଂଗ୍ରେସ ଦଳ ଯୁବ ପ୍ରାର୍ଥୀ ହିସାବରେ ରଞ୍ଜିତଙ୍କୁ ସୁଯୋଗ ଦେଇ ଥିବାକୁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି l ଜନ ସମର୍ଥନ ଆମକୁ ରହିଛି ଆଗକୁ ମଧ୍ୟ ରହିବ l ତେଣୁ ଆମେ ନିଶ୍ଚୟ ଜିତିବୁ ବୋଲି ଆଶା ରଖିଛୁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ