thumbnail

ସତ୍ୟବାଦୀରୁ କଂଗ୍ରେସ ଟିକଟରୁ ଲଢିବେ ମନୋଜ, ସାକ୍ଷୀଗୋପାଳଙ୍କ ନେଲେ ଆଶିଷ - ODISHA ASSEMBLY ELECTION

By ETV Bharat Odisha Team

Published : Apr 19, 2024, 4:20 PM IST

Sakhigopal Temple: ନିମାପଡ଼ା: ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ କଂଗ୍ରେସର ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ମନୋଜ ରଥ । ଗତକାଲି ତାଙ୍କ ନାମ ଘୋଷଣା ହେବା ପରେ ସତ୍ୟବାଦୀ କଂଗ୍ରେସ କର୍ମୀମାନେ ଉତ୍ସାହିତ ହେବା ସହିତ ମନୋଜ ରଥଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ସନ୍ଧ୍ୟାରେ ନିଜ ସମର୍ଥକଙ୍କ ସହିତ ଆସି ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥିଲେ ମନୋଜ ।  

ଏହା ମଧ୍ୟ ପଢ଼ନ୍ତୁ....  ଅଗ୍ନିରୁପା ମା’ ହିଙ୍ଗୁଳାଙ୍କ ଆଶିଷ ନେଲେ ବିଧାୟକ ଓ ସାଂସଦ ପାର୍ଥୀ, ହଜାର ହଜାର ସମର୍ଥକ ସାମିଲ - Odisha Assembly Polls 2024

ମନୋଜ ସାକ୍ଷୀଗୋପାଳଙ୍କୁ ଦର୍ଶନ ପରେ ମନ୍ଦିର ସମ୍ମୁଖରେ ଥିବା ଉତ୍କଳମଣି ପଣ୍ତିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଏକ ବାଇକ୍ ରାଲିରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଗତ ବିଧାନ ସଭାରେ ଏଠାରୁ ବିଜୟ ହୋଇଥିଲା । ଏଥର ବିଜେଡିରୁ ଟାଣୁଆ ନେତା ସଞ୍ଜୟ ଦାସ ବର୍ମାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ଯୁବ ନେତା ଓମ୍ ପ୍ରକାଶ ମିଶ୍ର ଏବଂ ମନୋଜ ରଥଙ୍କୁ କଂଗ୍ରେସ ଦଳ ଟିକେଟ ଦେବାରୁ ଏଠାରେ ଲଢେ଼ଇ ରୋଚକ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.