ପାରଳାଖେମୁଣ୍ଡି କଂଗ୍ରେସ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ, ଆସନ୍ତାକାଲି କରିବେ ନାମାଙ୍କନ - Odisha Assembly Election 2024 - ODISHA ASSEMBLY ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 23, 2024, 5:31 PM IST

Congress Candidate Rally: ପାରଳାଖେମୁଣ୍ଡି: ନିର୍ବାଚନରେ ବିଜୟୀ ହେବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଆସନ୍ତାକାଲି ପାରଳାଖେମୁଣ୍ଡିର କଂଗ୍ରେସ ପ୍ରାର୍ଥୀ ନିଜର ନାମାଙ୍କନ ଦଖଲ କରିବେ, କିନ୍ତୁ ଆଜି ସେ ନିର୍ବାଚନ ମଣ୍ଡଳୀରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । କଂଗ୍ରେସ ପକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଗତ ୩ ତାରିଖରେ ହୋଇଥିବା ଶୋଭାଯାତ୍ରା ଭଳି ଆଜି ମଧ୍ୟ କଂଗ୍ରେସ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଯାଇଥିଲା । କଂଗ୍ରେସ ଚିରାଚରିତ ଭୋଟ ବ୍ୟାଙ୍କ ବନିଥିବା ଆଦିବାସୀମାନେ ଏହି ଶୋଭାଯାତ୍ରାରେ ବିପୁଳ ପରିମାଣରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଲୋକଙ୍କ କଂଗ୍ରେସ ପ୍ରତି ବିପୁଳ ଜନସମର୍ଥନ ରହିଛି ଏବଂ ଏଥର ମୋହନା ଓ ପାରଳାଖେମୁଣ୍ଡି ଆସନରେ କଂଗ୍ରେସ ବିପୁଳ ମାତ୍ରାରେ ଭୋଟ ପାଇ ଜିତିବ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।  

ଏହା ମଧ୍ୟ ପଢନ୍ତୁ... ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

ଶୋଭାଯାତ୍ରା ଶେଷ ହେବା ପରେ ସ୍ଥାନୀୟ ହୋଟେଲ ସାଇ ଇଣ୍ଟରନ୍ୟାସନାଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ତାର ଗ୍ୟାରେଣ୍ଟିକୁ କାର୍ଯକାରୀ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରବକ୍ତା ପ୍ରଭାତ କୁମାର କହିଛନ୍ତି । ସେ କହିଛନ୍ତି ଯେ, ଗତ ୧୦ବର୍ଷ ହେଲା କେନ୍ଦ୍ରରେ ବିଜେପି ଏବଂ ୨୪ବର୍ଷ ହେଲା ରାଜ୍ୟରେ ଚାଲିଥିବା ବିଜେଡି ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଇବାରେ ବ୍ୟସ୍ତ । ମିଛ କହିବା ଏମାନଙ୍କ ଏକ ବିଶେଷ ଗୁଣ । ତେଣୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଏହାକୁ ସାରା ଦେଶର ଲୋକେ ଠିକ ବୁଝି ସାରିଲେଣି । ତେଣୁ ଓଡ଼ିଶାର ଲୋକେ ମଧ୍ୟ ଏହାକୁ ଠିକ ଭାବେ ବୁଝିସାରିଛନ୍ତି । ତେଣୁ ଏଥର କଂଗ୍ରେସକୁ ପୁଣି ଥରେ ଫେରାଇ ଆଣିବାକୁ ମନସ୍ଥ କରିସାରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ପର୍ଯ୍ୟବେକ୍ଷକ ରବିନ୍ଦ୍ର ପ୍ରତାପ ସିଂ, ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.