ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା, ଉତ୍ସାହିତ ପିପିଲି କଂଗ୍ରେସ
🎬 Watch Now: Feature Video
Congress Meeting:ନିମାପଡ଼ା: ରାଜ୍ୟ ରାଜନୀତିରେ ପୁରୀ ଜିଲ୍ଲାର ପିପିଲି ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଥାଏ । 2024 ସାଧାରଣ ନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । କିଭଳି ନିର୍ବାଚନ ବୈତରଣୀ ପାରି ହେବେ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି ସମସ୍ତ ଦଳ । ଏହାରି ଭିତରେ ସମ୍ଭାବ୍ୟ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ପରେ ଉତ୍ସାହିତ ପିପିଲି କଂଗ୍ରେସ । ବିଜେପି-ବିଜେଡି ମେଣ୍ଟ ହେଲେ କଂଗ୍ରେସକୁ ଫାଇଦା ମିଳିବ ବୋଲି ଆଶା ରଖିଛି କଂଗ୍ରେସ ନେତା ।
ଆଜି(ଶନିବାର) ଦିନ କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ସୁଆବରାଇ ବେଲେଶ୍ଵର ମହାଦେବ ପ୍ରାଙ୍ଗଣରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ କଂଗ୍ରେସ କର୍ମୀ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧୀରେ ଧୀରେ ବିଜୁ ଜନତା ଦଳ ପ୍ରତି ଲୋକପ୍ରିୟତା ହ୍ରାସ ପାଉଥିବାରୁ କଂଗ୍ରେସ ଦଳରୁ ବିଜେପି ଓ ବିଜେଡ଼ିକୁ ଦଳକୁ ଯାଇଥିବା କର୍ମୀମାନେ ଏବେ ପୁଣି ଦଳକୁ ଫେରିବେ ବୋଲି କହିଥାନ୍ତି କର୍ମୀମାନେ ।ବିଜେଡି ଓ ବିଜେପି ମେଣ୍ଟ କେବଳ ପିପିଲି କଂଗ୍ରେସକୁ ନୁହେଁ ସାରା ଓଡିଶାକୁ ଫାଇଦା ଦେବ ବୋଲି କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।
ଇଟିଭି ଭାରତ, ନିମାପଡ଼ା