ଟିକେଟ କଟିବା ଆଶଙ୍କାରେ କଂଗ୍ରେସ ଭବନରେ ହାଇ ଡ୍ରାମା - Tension In Congress Bhawan - TENSION IN CONGRESS BHAWAN
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/02-04-2024/640-480-21128283-thumbnail-16x9-congbhn.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 2, 2024, 4:04 PM IST
Leader Stage Protest In Congress Bhawan: ଭୁବନେଶ୍ବର: ଗୋଟେ ପଟେ ବିଜେଡି ଓ ବିଜେପି ନିଜର ବିଧାନସଭା ପ୍ରାର୍ଥୀ ମାନଙ୍କ ତାଲିକା ପ୍ରକାଶ କରିଥିବା ବେଳେ କଂଗ୍ରେସ ରେ ଛିଡୁନି ଅଙ୍କ । ଆଜି ପ୍ରାଥମିକ ପର୍ଯ୍ୟାୟରେ କଂଗ୍ରେସ ୪୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଘୋଷଣା କରିଛି । ମାତ୍ର ଟିକେଟ କଟା କୁ ନେଇ କଂଗ୍ରେସ ଭବନରେ ହୋଇଛି ହାଇ ଡ୍ରାମା । ଟିକେଟ କଟା କୁ ନେଇ ଜଳେଶ୍ବର କଂଗ୍ରେସ ନେତା ସୁଦର୍ଶନ ଦାଶ ଏବଂ ତାଙ୍କ ଶତାଧିକ ସମର୍ଥକ କଂଗ୍ରେସ ଭବନ ଭିତରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ମଧ୍ଯ ପଢନ୍ତୁ ... ଆଜି ୫୦ ବିଧାନସଭା ଏବଂ ୧୫ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା: ପିସିସି ସଭାପତି - Congress Candidate List
ଟିକେଟ କଟିବା ସନ୍ଦେହ କରି ଶତାଧିକ କର୍ମୀ ଏବଂ ଶୁଭେଚ୍ଛୁ ମାନଙ୍କ ସହ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଜଳେଶ୍ବର କଂଗ୍ରେସ ନେତା ସୁଦର୍ଶନ ଦାଶ । ସେପଟେ କଂଗ୍ରେସ ଭବନରେ ମହିଳା କଂଗ୍ରେସ କାର୍ଯ୍ୟକାରିଣୀ ଚାଲୁଥିବାରୁ ମହିଳା କଂଗ୍ରେସ କର୍ମୀ ମାନଙ୍କୁ ଯିବା ପାଇଁ ଅସୁବିଧା ହେଉଥିବାରୁ ରାଗରେ ତମ ତମ ହୋଇଛନ୍ତି ବିଧାୟକ ତାରା ବାହିନୀପତି । 2019 ରେ ଟିକେଟ ପାଇଥିବା ସୁଦର୍ଶନ ଙ୍କୁ 2024 ରେ ମିଳିବ ନାହିଁ ବୋଲି ଆଶଙ୍କା କରି ନିଜ ସମର୍ଥକ ମାନକୁ ଧରି କଂଗ୍ରେସ ଭବନରେ ସୁଦର୍ଶନ ଦାସ। ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହିତ ସୁଦର୍ଶନଙ୍କୁ ଟିକେଟ ଦେବା ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର