thumbnail

By ETV Bharat Odisha Team

Published : May 6, 2024, 5:03 PM IST

ETV Bharat / Videos

ପଦଯାତ୍ରାରେ ଆସି ଆଠମଲ୍ଲିକରେ ନାମାଙ୍କନ ଭରିଲେ ହିମାଂଶୁ, 'କହିଲେ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରିବି' - Athmallik Assembly constituency

HIMANSHU CHAULIA FILE NOMINATION ଅନୁଗୋଳ: ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଦମ ଦେଖାଇଛି କଂଗ୍ରେସ । ଗତକାଲି(ରବିବାର) କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଚାଉଳିଆ । ଆଜି ସେ ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପକ୍ଷରୁ ପାର୍ଥୀପତ୍ର ଦାଖଲ କରିଥୁବା ବେଳେ ଏକ ବିରାଟ ପଟୁଆରରେ ଆଠମଲ୍ଲିକ ସହର ପରିକ୍ରମା କରିଥିଲେ । ଅଞ୍ଚଳ ବିକାଶ ଦିଗରେ କାମ କରିବାର ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ହିମାଂଶୁ ।  

ଏହା ମଧ୍ୟ ପଢନ୍ତୁ: 6 ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: 5 ଆସନରେ ପରିବର୍ତ୍ତନ, ବରୀରୁ ଦେବାଶିଷ - Congress Candidates

ଆଜି ଆଠମଲ୍ଲିକ କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଚାଉଳିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ହିମାଂଶୁ ତାଙ୍କର ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ମାହେଶ୍ୱରୀ ମନ୍ଦିର ଠାରୁ ପାଦରେ ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ତାଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ଚାଲି ଚାଲି ଆସିଥିଲେ । ଆଠମଲ୍ଲିକ ବିଧାନସଭା ପାଇଁ କଂଗ୍ରେସ ପ୍ରଥମେ ବିଜୟନନ୍ଦ ଚାଉଳିଆଙ୍କ ନାମ ଘୋଷଣା କରିଥିଲା । କିନ୍ତୁ ଗତକାଲି ପ୍ରାର୍ଥୀ ପରିବର୍ତ୍ତନ କରି ହିମାଂଶୁଙ୍କ ନାମ ଘୋଷଣା କରିଥିଲା । ଆଠମଲ୍ଲିକବାସୀ ତାଙ୍କ ପ୍ରତି ଆଶୀର୍ବାଦ ରଖିବେ ଏବଂ ସେ ନିଶ୍ଚିତ ବିଜୟୀ ହେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ହିମାଂଶୁ ।
 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.