ମୁସଲିମ ବ୍ୟବସାୟୀ ଗାଇଲେ ରାମ ଭଜନ, ଶୁଣିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

By ETV Bharat Odisha Team

Published : Feb 3, 2024, 8:51 PM IST

thumbnail

Muslim Youth Sings Ram Bhajan: ଲକ୍ଷ୍ନୌ: ମୁସଲିମ ଯୁବକ ଗାଇଲେ ରାମ ଭଜନ ।  ଉତ୍ତରପ୍ରଦେଶର ଗୋରଖପୁରରେ ଅନୁଷ୍ଠିତ ହୋଇଛି ଡିଭାଇନ ଆର୍ଟ ଆଣ୍ଡ ସ୍କିଲସ ଏକ୍ସିବିସନ' । ଏହି ମେଳାରେ ବିଭିନ୍ନ ପ୍ରକାର ସାମଗ୍ର ବିକ୍ରି କରାଯାଉଥିବାବେଳେ ଜଣେ ମୁସଲିମ ବ୍ୟବସାୟୀ ମଧ୍ୟ ନିଜର ଷ୍ଟଲ ପକାଇଥିଲେ । ସେଠାରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାମ ଭଜନ ଗାଇ ଶୁଣାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ମୁସଲିମ ଛାତ୍ରୀଙ୍କ କଣ୍ଠରେ ରାମ ଭଜନ, ଶୁଣନ୍ତୁ

ମୁସଲିମ ବ୍ୟବସାୟୀ ଜଣକ 'ରାମ ସିଆ ରାମ' ଭଜନଟିକୁ ସୁମଧୁର ଭାବେ ଗାଇଛନ୍ତି । ଭିନ୍ନ ସମ୍ପ୍ରଦାୟର ହୋଇଥିଲେ ସୁଦ୍ଧା ତାଙ୍କ କଣ୍ଠରେ ଏଭଳି ଭଜନ ଦେଖି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଭୁ ଶ୍ରୀରାମଙ୍କ ଭଜନ ଗାଇ ଭାଇଚାରାର ଉଦାହରଣ ଦେଇଛନ୍ତି ଯୁବକ ଜଣକ । ତେବେ ନିକଟରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ସରିଛି । ଏହା ପୂର୍ବରୁ ଜଣେ ମୁସଲମାନ ଛାତ୍ରୀ ରାମ ଭଜନ ଗାଇ ଚର୍ଚ୍ଚାକୁ ଆସିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.