ଗୋରଖପୁରରେ ଜନତା ଦରବାର, ନିଜେ ଅଭିଯୋଗପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Jan 29, 2024, 7:31 PM IST

thumbnail

Janata Darbar: ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁରରେ ଜନତା ଦରବାର । ଅଭିଯୋଗକାରୀଙ୍କ ନିକଟରେ ପହଞ୍ଚି ନିଜେ ଅଭିଯୋଗ ପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦରବାରରେ ବସିଥିବା ସମସ୍ତ ଅଭିଯୋଗକାରୀଙ୍କ ନିକଟକୁ ଯାଇ ସେମାନଙ୍କୁ ହାତରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅଞ୍ଚଳାବାସୀଙ୍କର ଥିବା ଜମିଜମା ବିବାଦର ତୁରନ୍ତ ସମାଧାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।  

ଏହା ମଧ୍ୟ ପଢନ୍ତୁ...ତ୍ରେତୟା ଯୁଗରେ ପ୍ରବେଶ କରିବାର ଅନୁଭବ, ରାମରାଜ୍ୟର ଆରମ୍ଭ: ଯୋଗୀ

ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଥିବା ଜମିଜମା ସମସ୍ୟାର ସମାଧାନ ଉପରେ ଗୁରୁତ୍ବାରୋପ କରିଆସିଛନ୍ତି ଯୋଗୀ ସରକାର । ନୀରିହଙ୍କ ଜମିକୁ ଯେପରି କେହି କବଜା ନକରୁ ସେଥିପ୍ରତି ସେ ଧ୍ୟାନ ଦେଇ ଅଭିଯୋଗର ଶୁଣାଣି ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିବାର ନଜିର ରହିଛି । ଯେପରି ଲୋକମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ସମ୍ପର୍କ କରିପାରିବେ ତାହାକୁ ନଜରରେ ରଖି ଏଭଳି ପ୍ରୟାସ କରାଯାିଛି । ଆଉ ଉତ୍ତରପ୍ରଦେଶ ସରକାରଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.