କଟକରେ ଉନ୍ନୟନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

By ETV Bharat Odisha Team

Published : Feb 16, 2024, 9:10 AM IST

thumbnail

Chief Secy reviews developmental works: କଟକ: କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଗୁରୁବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଥମେ ପେଟାନାଳ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାମ ପରେ ବିଜୁ ପଟ୍ଟନାୟକ ପାର୍କର ପୁନରୁଦ୍ଧାର ଓ ସମ୍ପ୍ରସାରଣ କାମ ସହିତ ଚଣ୍ଡୀ ମନ୍ଦିର ରୂପାନ୍ତରଣ ପ୍ରକଳ୍ପ କାମ ସମୀକ୍ଷା କରିଛନ୍ତି । ଏହାସହ ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ, ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାମ ଓ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ ପ୍ରକଳ୍ପ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ...ଶେଷ ହେବ ଦୁଃଖ; ସାତପଡାରୁ ଜନ୍ନିକୁଦାକୁ ହେବ ସଂଯୋଗୀକରଣ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ, ସିଏମ୍‌ସି କମିଶନର, ସିଡିଏ ଅଧ୍ୟକ୍ଷ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମଗୁଡିକୁ ସାରିବା ଓ କାମ ସରିବା ପରେ ପ୍ରକଳ୍ପଗୁଡିକର କିଭଳି ସଠିକ୍ ଭାବେ ରକ୍ଷଣାବେକ୍ଷଣ ହେବ ସେନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ କାମକୁ ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ପରାମର୍ଶ ଦିଆଯାଇଛି । ପରେ ନୀତି ବନ୍ଦ ନକରି କିଭଳି ମନ୍ଦିରର ପୁନଃ ନିର୍ମାଣ ହୋଇପାରିବ ସେନେଇ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ପୂର୍ବରୁ 5ଟି ଅଧ୍ୟକ୍ଷ ମଧ୍ୟ କଟକ ଗସ୍ତ କରି ଏହି ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । କାମ ତ୍ୱରିତ ଢ଼ଙ୍ଗରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ଭିକେ ପାଣ୍ଡିଆନ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.