ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନୋଜ ଓ ନୀକୁଞ୍ଜ, ଗତକାଲି ଉଭୟ ପାଇଥିଲେ ନୂଆ ଦାୟିତ୍ବ - CS meet cm mohan majhi

By ETV Bharat Odisha Team

Published : Jul 1, 2024, 1:31 PM IST

thumbnail
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ମନୋଜ ଓ ନୀକୁଞ୍ଜ, ଗତକାଲି ଉଭୟ ପାଇଥିଲେ ନୂଆ ଦାୟିତ୍ବ (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଦୁଇ ବରିଷ୍ଠ ପ୍ରଶାସକ । ଗତକାଲି (ରବିବାର) ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିବା ବରିଷ୍ଠ ପ୍ରଶାସକ ମନୋଜ ଆହୁଜା ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିବା ନୀକୁଞ୍ଜ ବିହାରୀ ଧଳ ସୌଜନ୍ୟମୂଳକ ଭାବେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ରାଜ୍ୟ ଅତିଥି ଭବନରେ ଫୁଲତୋଡା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉଭୟ ଅଧିକାରୀ । ପୂର୍ବରୁ ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଚୟନ କରାଯିବା ପରେ ସେ ଗତକାଲି ଓଡିଶା ଫେରି ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ସେହିପରି ନିକୁଞ୍ଜ ବିହାରୀ ଧଳ ନିର୍ବାଚନ ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଥିଲେ । ସେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ବ ପାଇଛନ୍ତି । ଗତକାଲି ଉଭୟ ଅଧିକାରୀ ନୂତନ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.