ଚାନ୍ଦିଲି ପୋଲିସକୁ ବଡ ସଫଳତା, ୪୮ଘଣ୍ଟା ନ ପୂରୁଣୁ ଚୋରି ମାମଲାର ପର୍ଦ୍ଦାଫାସ - Person Arrested In Theft Case

By ETV Bharat Odisha Team

Published : Mar 31, 2024, 9:22 PM IST

thumbnail

Theft Case In Rayagada ରାୟଗଡା: ଚାନ୍ଦିଲି ପୋଲିସକୁ ବଡ ସଫଳତା । ୪୮ ଘଣ୍ଟା ନ ପୂରୁଣୁ ଏକ ବଡ ଚୋରି ମାମଲାର ପର୍ଦ୍ଦାଫାସ କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ସୁନା ଓ ରୂପା ଅଳଙ୍କାର ଜବତ କରିଛି ପୋଲିସ । ଯାହାକୁୁ ନେଇ ପୋଲିସ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି ।

ସୂଚନା ମୁତାବକ, ଗତ ୨୮ ତାରିଖ ଦିନ ଜେକେପୁର ଦେବଙ୍ଗ ସାହିରେ ରହୁଥିବା ଲଖନ ଶବରଙ୍କ ଘରୁ ଚୋରି ହୋଇଥିଲା । ଏନେଇ ଲଖନ ଶବର ଜେକେପୁର ଥାନାର ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଚାନ୍ଦିଲି ପୋଲିସ କେଶ ନଂ ୯୨, ତା ୨୮.୦୩.୨୦୨୪ ରିଖ, ଧାରା ୪୫୪/୩୮୦ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଥିଲା । ତେବେ ଅଭିଯୋଗର ୪୮ ଘଣ୍ଟା ନ ବିତୁଣୁ ପୋଲିସ ଏହି ଚୋରି ମାମଲାର ପର୍ଦ୍ଦାଫାସ କରିବାର ସଫଳ ହେବା ସହ ଚୋରି ଘଟଣାରେ ସଂପୃକ୍ତ ପ୍ରଦୀପ ଜେନାକୁ ଗିରଫ କରିଛି । ତେବେ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । 

ଏହା ମଧ୍ୟ ପଢ଼ନ୍ତୁ...ଆକ୍ସନ ମୁଡ଼ରେ ଢେଙ୍କାନାଳ ପୋଲିସ, ଡକାୟତି ଅଭିଯୋଗରେ ୯ଜଣ ଗିରଫ - Police Arrested Dacoits

ସେପଟେ ତଦନ୍ତ ସମୟରେ ଚାନ୍ଦିଲି ଥାନା ଓ ରାୟଗଡା ଥାନାରେ ବାଇକ ଚୋରି ମାମଲାରେ ମଧ୍ୟ ପ୍ରଦୀପ ଜେନା ସଂପୃକ୍ତ ଥିବା ରାୟଗଡା ଏସଡିପିଓ ରଶ୍ମିରଞ୍ଜନ ସେନାପତି ପ୍ରକାଶ କରିଛନ୍ତି । ତେବେ ଜେକେପୁର ଚୋରି ଘଟଣାରେ ପୋଲିସ ପକ୍ଷରୁ ଅଭିଯୁକ୍ତ ପ୍ରଦୀପଠାରୁ ନଗଦ ୧ଲକ୍ଷ ୫୦ ହଜାର ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ଜବତ କରିଛି । ଏଥିସହ ଅଭିଯୁକ୍ତଠାରୁ ଦୁଇଟି ବାଇକ ଗାଡି ଜବତ ହୋଇଛି । ଘଟଣାକୁ ନେଇ ଚାନ୍ଦିଲି ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦିଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଓ ଏସଆଇ ଆଶୁତୋଷ ସାହୁ ଉପସ୍ଥିତ ଥିଲେ । 
 

ଇଟିଭି ଭାରତ, ରାୟଗଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.