ବିଭୂଦାନନ୍ଦଙ୍କ ଫାର୍ମହାଉସରେ ମିନି ଚିଡିଆଖାନା, ଭିଜିଲାନ୍ସ ଦେଖି ତାଜୁବ - mini ZOO SPOTTED IN ATHAGARH

By ETV Bharat Odisha Team

Published : Aug 23, 2024, 8:02 PM IST

Updated : Aug 23, 2024, 8:27 PM IST

thumbnail
ବିଭୂଦାନନ୍ଦଙ୍କ ଫର୍ମହାଉସରେ ମିନି ଚିଡିଆଖାନା (ETV Bharat Odisha)

MINI ZOO SPOTTED IN ATHAGARH: କଟକ: ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କ ଆଠଗଡ଼ ସ୍ଥିତ ଏକ ଫର୍ମହାଉସରେ ଭିଜିଲାନ୍ସ ରେଡ୍ ପରେ ଅନେକ କଥା ପଦାକୁ ଆସିଛି । ବିଶେଷକରି ଫାର୍ମହାଉସରେ ଯାହାସବୁ ଥିଲା ସେଗୁଡିକ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଫର୍ମହାଉସରେ ମିନି ଚିଡିଆଖାନାର ଭ୍ରମ ସୃଷ୍ଟି କରୁଛି । ଚିଡିଆଖାନାରେ ଆପଣ ଯେମିତି ଭଳିକିଭଳି ପକ୍ଷୀ ଦେଖନ୍ତି । ଏଠିବି ସମାନ ଜିନିଷ ଦେଖିପାରିବେ । କାରଣ ଫର୍ମହାଉସରେ ଏତେ ଟଙ୍କା ବିନିଯୋଗ ହୋଇଥିଲା ଯେ ଯିଏ ବି ସେଠାକୁ ଯିବ ଆଖି ଲାଗିଯିବ ।

ମିନି ଚିଡିଆଖାନା:

ଭିଜିଲାନ୍ସ ଅନେକ ଲାଞ୍ଚୁଆ ଅଧିକାରୀଙ୍କୁ ଗିରଫ କରିଛି । ଆଉ ବିଭିନ୍ନ ସ୍ଥାନରେ ରେଡ୍ କରି ଅନେକ ସାମଗ୍ରୀ ଜବତ କରିଛି । ମାତ୍ର ଗତକାଲି ଭିଜିଲାନ୍ସ ଯେଉଁ ଲାଞ୍ଚୁଆ ବାବୁଙ୍କୁ ଗିରଫ କରିଥିଲେ, ଆଉ ତାଙ୍କର ଫର୍ମହାଉସକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ସମୟରେ ବିଡାବିଡ଼ା ଟଙ୍କା,ଦାମୀ କାର,ଜମି,ଫ୍ଲାଟ ଆଦି ଦେଖିଥିଲେ । ମାତ୍ର ବିଭୂଦାନନ୍ଦ ମିଶ୍ରଙ୍କର ଆଠଗଡ଼ ନିକଟରେ ଥିବା ଏକ ଫର୍ମହାଉସରେ ୨୦ରୁ ଅଧିକ ପ୍ରକାରର ଶହ ଶହ ଦେଶୀ ଆଉ ବିଦେଶୀ ପକ୍ଷୀ । ଯେକୌଣସି ବ୍ୟକ୍ତି ନିଜର ସୌକିନ ପାଇଁ ଅତି ବେଶୀରେ ୧୦ ରୁ ୩୦ଟି ରଖି ପାରେ । ମାତ୍ର ଏତେ ସଂଖ୍ୟକ ଦାମୀ ପକ୍ଷୀ ରଖିବା ଅସମ୍ଭବ ହୋଇଥିଲେ ମଧ୍ୟ ସମ୍ଭବ ହୋଇଥିଲା କେବଳ ବିଭୂଦାନନ୍ଦ ମିଶ୍ରଙ୍କ ପାଖରେ । ଏପରିକି ୪ଟି ମୟୂର ମଧ୍ୟ ସେ ରଖିଥିଲେ । 

ଏହା ମଧ୍ୟ ପଢନ୍ତୁ ....ETV Bharat Impact: ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ - CASE REGISTER AGAINST BIBHUDANANDA

ଫାର୍ମହାଉସରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା !

ବିଭୂଦାନନ୍ଦଙ୍କ ଆୟବହିର୍ଭୁତ ଟଙ୍କା ଏତେ ଥିଲା ଯେ ସେ ନିଜ ଫାର୍ମହାଉସ ରେ ବିନିଯୋଗ କରିଥିଲେ କୋଟିକୋଟି ଟଙ୍କା । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସିଭିଲ କନଷ୍ଟ୍ରୋକସନରେ ଖର୍ଚ୍ଚ କରାଯାଇଥିଲା । କାରଣ ୫ ଏକର ଜମିରେ ଯେଉଁ ଫର୍ମହାଉସ ନିର୍ମାଣ କରିଥିଲେ ସେଥିରେ ଅନେକ ଦାମୀ ସାମଗ୍ରୀ ବ୍ୟବହାର କରାଯାଇଛି । ସାଧାରଣତଃ ସରକାରୀ ପାର୍କ ମାନଙ୍କରେ ଯେଉଁ ସାମଗ୍ରୀ ବ୍ୟବହାର କରାଯାଏ, ତାହା ଠାରୁ ବେଶ ଅଧିକ ଟଙ୍କା ବିନିମୟରେ ସେ ପାର୍କ ନିର୍ମାଣ କରିଥିଲେ । ଦୋଳି ହେଉ କିମ୍ବା ବସିବା ପାଇଁ ଚେୟାର ଟେବୁଲ ସବୁ ଦାମିକା ସାମଗ୍ରୀ ବ୍ୟବହାର କରାଯାଇଥିଲା । ଫାର୍ମହାଉସରେ ଦେଶୀ ଏବଂ ବ୍ରଏଲର କୁକୁଡ଼ା ମଧ୍ୟ ରଖିଥିଲେ । ଯେତେବେଳେ ଛୁଟିରେ ଆସୁଥିଲେ ଫର୍ମହାଉସରେ ରହିଥିବା ବିଳାସପୂର୍ଣ୍ଣ କୋଠରୀରେ ରହୁଥିଲେ ।ତେବେ ତଦନ୍ତ ସମୟରେ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ ଭିଜିଲାନ୍ସ । ତେଣୁ ତାଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, କଟକ

Last Updated : Aug 23, 2024, 8:27 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.