ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର, ଏପଟେ ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ - Fire Breaks Out At Petrol Pump

By ETV Bharat Odisha Team

Published : Jul 30, 2024, 11:06 PM IST

thumbnail
Car Catches fire (ETV Bharat Odisha)

Fire Breaks Out At Petrol Pump: ଭୁବନେଶ୍ବର/ନିମାପଡ଼ା: ପେଟ୍ରୋଲ ପମ୍ପ ପାଖରେ ଜଳିଲା କାର । ଭୁବନେଶ୍ୱର ପଟିଆ ଛକ କୋଏଲ କ୍ୟାମ୍ପସ କଡ଼ରେ ଥିବା HP ପେଟ୍ରୋଲ ପମ୍ପ ପାଖରେ ଅଘଟଣ । ଗାଡିରେ ବସିଥିବା ବେଳେ ହଠାତ୍ ଜଳିଉଠିଲା କାର । OD05BD 1531ନମ୍ବର ଗାଡିଟି ନିଆଁ ଲାଗି ଜଳି ଉଠିବା ପରେ ଗାଡିରେ ବସିଥିବା ଯୁବକ ଜଣଙ୍କ ଭୟରେ ଦୌଡ଼ି ପଳାଇଥିଲେ । ଏନେଇ ଖବର‌ ପାଇ ପହଞ୍ଚିଥିଲା ଚନ୍ଦ୍ରଶେଖର ପୁର ଫାୟାରଷ୍ଟେସନ ଟିମ୍ । ନିଆଁକୁ ଆୟତ ପାଇଁ ପ୍ରୟାସ ପରେ ଶେଷରେ‌ ନିଆଁ ଆୟତ ହୋଇଥିଲା । କାରଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । 

ଏହା ମଧ୍ୟ ପଢ଼ନ୍ତୁ...କଟକରେ ଛତୁ ଫୁଟିଛି ନର୍ସିଂହୋମ; ଆବଶ୍ୟକ ଭିତ୍ତିଭୂମି ନଥାଇ ମିଳୁଛି ଲାଇସେନ୍ସ, ଅଗ୍ନି ନିରାପତ୍ତା ଏବେ ବଡ଼ ପ୍ରଶ୍ନ, ଅଘଟଣ ପରେ ବି ପ୍ରଶାସନ ଚୁପ !

ସେହିପରି ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟା ୬ଟାରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ସେବା ବିଭାଗର ୩ଟି ଗାଡ଼ି ପହଞ୍ଚିଥିଲା । ଦମକଳ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । କମ୍ପାନୀର ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ପେଟ୍ରୋଲ ପମ୍ପର ଯାଞ୍ଚ କରିଛନ୍ତି । ତେବେ ପେଟ୍ରୋଲ ପମ୍ପରେ ନିଆଁ ଲାଗିଥିବା କାରଣରୁ ଜନସାଧାରଣଙ୍କୁ ସେଠାକୁ ଛଡ଼ାଯାଉନାହିଁ । ସେହିପରି ଆଖପାଖ ଅଞ୍ଚଳକୁ ନିଆଁ ବ୍ୟାପିବା ପାଇଁ ସତର୍କ ବ୍ୟବସ୍ଥା କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଇ ନାହିଁ । 

ଇଟିଭି ଭାରତ, ଭୁବନେଶ୍ବର/ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.