ଚମ୍ପାଇ ସୋରେନଙ୍କ ଉପରକୁ ଖସିଲା ତୋରଣ, ମୁଖ୍ୟମନ୍ତ୍ରୀ ସାମାନ୍ୟ ଆହତ - Archway fell on Champai Soren

By ETV Bharat Odisha Team

Published : Apr 14, 2024, 11:03 PM IST

thumbnail

Archway fell on Champai Soren : ରାଞ୍ଚି: ଏକ ବୈଠକରେ ଯୋଗ ଦେବାକୁ ଯିବାବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖସିଲା ତୋରଣ । ଫଳରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ହୋଟେଲ ଭିତରକୁ ପ୍ରବେଶ କରୁ କରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ମୁଣ୍ଡ ଉପରେ ଖସିପଡ଼ିଥିଲା ତୋରଣ । ଆଜି ସନ୍ଧ୍ୟାରେ ଆଦିତ୍ୟପୁରରେ ଆୟୋଜିତ ଏକ ବୈଠକକୁ ଯାଇଥିଲେ ଚମ୍ପାଇ । ଲୋକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ସମ୍ପର୍କିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିଲା ।

ଏହା ବି ପଢନ୍ତୁ...ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ବିମାନ ସମ୍ମୁଖରେ ବୁଲିଲା ନିଶାସକ୍ତ ଯୁବକ

ସୂଚନା ଅନୁସାରେ, ଶଢେଇକେଳାର ଆଦିତ୍ୟପୁରରେ ଆୟୋଜିତ ହୋଇଥିଲା ବୈଠକ । ହଠାତ୍ ତୋରଣଟି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଖସିଥିବାବେଳେ ଉପସ୍ଥିତ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ତାହାକୁ ହଟାଇଥିଲେ । ତେବେ ଏଥିରେ ଚମ୍ପାଇଙ୍କର ଶରୀରରେ ସାମାନ୍ୟ ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ହୋଟେଲର ଏକ ରୁମକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ଫଳରେ ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.