ରାଇସ୍ ମିଲ୍ ମାଲିକ ଅପହରଣ ଘଟଣା; ୧୩ ଜଣଙ୍କୁ ବାନ୍ଧିଲା ପୋଲିସ, ୨୫ ଲକ୍ଷ ଜବତ - Rice Mill Owner Kidnapping Case

By ETV Bharat Odisha Team

Published : Jul 19, 2024, 5:52 PM IST

thumbnail
ରାଇସ୍ ମିଲ୍ ମାଲିକ ଅପହରଣ ଘଟଣା; ୧୩ ଜଣଙ୍କୁ ବାନ୍ଧିଲା ପୋଲିସ, ୨୫ ଲକ୍ଷ ଜବତ (ETV Bharat Odisha)

କୋରାପୁଟ: ବୋରିଗୁମ୍ମାରେ ରାଇସ୍ ମିଲ ମାଲିକ ଏ. ରମେଶ ପାତ୍ରଙ୍କୁ ଅପହରଣ ଘଟଣା । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ 24 ଲକ୍ଷ 85 ହଜାର ଟଙ୍କା, 2ଟି କାର, ଗୋଟିଏ ବାଇକ, 13ଟି ମୋବାଇଲ ଫୋନ, ବିଭିନ୍ନ ମରଣାସ୍ତ୍ର ସହ 3ଟି ପିସ୍ତଲ ଓ ଗୁଳି ଜବତ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟରୁ 8 ଜଣଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି l ସମସ୍ତେ କୋରାପୁଟ ଜିଲ୍ଲାର । ଏହି ଅପହରଣ ଘଟଣାରେ ଆଉ 2 ଦୁଇ ଜଣଙ୍କ ସମ୍ପୃକ୍ତି ରହିଛି l ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି କୋରାପୁଟ ଏସପି ।

ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମୁଲିପୁଟର ମୋଡେନ ରାଇସ ମିଲ ର ମାଲିକ ଏ. ରମେଶ ପାତ୍ର ଗତ 12 ତାରିଖ ଦିନ ନିଜ ରାଇସ ମିଲରୁ ଘରକୁ ଫେରୁଥିଲେ । ରାତି ପ୍ରାୟ 8:30 ସମୟରେ ପେରାହାଣ୍ଡି ପୋଲ ନିକଟରେ କିଛି ବ୍ୟକ୍ତି ତାଙ୍କ ଗାଡିକୁ ଅଟକାଇ କାଚ ଭାଙ୍ଗି ତାଙ୍କୁ ଅପହରଣ କରିଥିଲେ l ଏହାପରେ ତାଙ୍କ ପରିବାରକୁ ଫୋନ କରି 90 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ l ଟଙ୍କା ନଦେଲେ ରମେଶଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ହେଲେ ପରିବାର ଲୋକେ ପୋଲିସକୁ ନ ଜଣାଇ ଅପହରଣକାରୀଙ୍କୁ 25 ଲକ୍ଷ ଟଙ୍କା ଦେଇଥିଲେ l ପରେ ଅବଶିଷ୍ଟ ଟଙ୍କା ଦେବେ ବୋଲି କହିଥିଲେ l ଏହାରି ଭିତରେ କୋରପୁଟ ଏସପି ଅଭିନବ ସୋନକରଙ୍କ ତତ୍ତ୍ବାବଧାନରେ ଜୟପୁର ଓ ବୋରିଗୁମ୍ମା ଏସଡିପିଓଙ୍କ ମିଳିତ ସହଯୋଗରେ ବିଭିନ୍ନ ଜାଗାରେ ଚଢାଉ କରି ଗତ 14 ତାରିଖ ରାତିରେ ସେମିଳିଗୁଡା ଥାନା ଅନ୍ତର୍ଗତ ଆର ମାଳିଗୁଡାରୁ ମିଲ ମାଲିକଙ୍କୁ ପୋଲିସ ଉଦ୍ଧାର କରିଥିଲା l ଏହାପରେ 13 ଜଣ ଅପହରଣକାରୀଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଟଙ୍କା ପାଇଁ ଅପହରଣ ନାଟକ; ବାପାକୁ ପୁଅ ପଠାଇଥିଲା ମିଛ ଭିଡିଓ, ଘଟଣାର ପର୍ଦ୍ଦାଫାଶ କଲା ପୋଲିସ - Nuapada fake kidnapping case

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.