ଲୋକସଭାରେ ଓଡ଼ିଶା ଖଣି ଦୁର୍ନୀତି ପ୍ରସଙ୍ଗ, ପ୍ରଦୀପ କହିଲେ ଶତାବ୍ଦୀର ସବୁଠୁ ବଡ଼ ସ୍କାମରେ ବିଜେଡିର ହାତ - CBI Probe Demand For Mining Scam

By ETV Bharat Odisha Team

Published : Jul 31, 2024, 8:05 PM IST

thumbnail
Mining Scam (ETV Bharat Odisha)

CBI Probe Demand For Mining Scam: ଭୁବନେଶ୍ବର: ଲୋକସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଓଡ଼ିଶାରେ ହୋଇଥିବା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛନ୍ତି ପ୍ରଦୀପ । ଲୋକସଭାରେ 377 ଅଧିନିୟମ ଅନୁସାରେ ପ୍ରସଙ୍ଗ କରିଛନ୍ତି ସାଂସଦ। ପ୍ରଦୀପ କହିଛନ୍ତି, "ବିଜେଡି ସରକାର ସମୟରେ ଶତାବ୍ଦୀର ସବୁଠାରୁ ବଡ଼ ମାଇନିଂ ସ୍କାମ ହୋଇଥିଲା।" ପାଖାପାଖି 1 ଲକ୍ଷ କୋଟି ଟଙ୍କାର ଲୁହା ପଥର ଦୁର୍ନୀତି ହୋଇଥିବା ନେଇ ସେ ଉଲ୍ଲେଖ କରିବା ସହ ସିବିଆଇ ତଦନ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ଏହା ବି ପଢନ୍ତୁ...ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ: ନରସିଂହ ମିଶ୍ର - Narasingha Mishra on CM Mohan Majhi
ପ୍ରଦୀପ କହିଛନ୍ତି, "ତତ୍କାଳୀନ ବିଜେଡି ସରକାର ମାଇନିଂ ଦୁର୍ନୀତିକାରୀଙ୍କ ସହ ସାମିଲ ହୋଇଥିଲେ । ତାଙ୍କର ବଡ ବଡ ଅଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଖଣି ଲୁଟରେ ସେମାନେ ଭାଗିଦାରୀ ହୋଇଥିଲେ । ସେଥିପାଇଁ ସେମାନେ ଭିଜିଲାନ୍ସ କେସ କରିକି ଖଣି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଶିଳ୍ପପତିଙ୍କୁ ସୁରକ୍ଷା ଦେଇଥିଲେ । ଆଜି ଲୋକସଭାରେ ଏ ପ୍ରସଙ୍ଗ ଉଠାଇଛି । ଏ ଦୁର୍ନୀତିର ସିବିଆଇ ତଦନ୍ତ ଆବଶ୍ୟକ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.