ବିଦେଶୀ ନୁହେଁ କେବଳ ମାଟିର ପୁଅ ଭଣ୍ଡାରିପୋଖରୀର ଉନ୍ନତି କରିବ: ସୁଧାଂଶୁ - Sudhanshu Nayak Election Campaign - SUDHANSHU NAYAK ELECTION CAMPAIGN

🎬 Watch Now: Feature Video

thumbnail

By ETV Bharat Odisha Team

Published : May 28, 2024, 8:28 PM IST

Updated : May 28, 2024, 8:35 PM IST

Sudhanshu  Nayak Election Campaign In Bhandaripokhari: ଭଦ୍ରକ: ଶେଷ ପର୍ଯ୍ୟାୟ ମତଦାନକୁ ଆଉ ଅଳ୍ପ ଦିନ ବାକି ଅଛି । ଏହା ପୂର୍ବରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରେ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତକୁ ଯାଇ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ ସୁଧାଂଶୁ ଶେଖର ନାୟକ । ସମର୍ଥକମାନଙ୍କୁ ସାଙ୍ଗରେ ନେଇ ସେ ମାଟିର ପୁଅ, ଯାହା ତାଙ୍କର ପ୍ରତିଦ୍ୱନ୍ଦ୍ବୀମାନେ ନୁହଁନ୍ତି ବୋଲି କହିବା ସହ ବିକଶିତ ଭାରତ ସାଙ୍ଗରେ ବିକଶିତ ଭଣ୍ଡାରିପୋଖରୀକୁ ଯୋଡ଼ିବା ପାଇଁ ସଂକଳ୍ପ ନେଇଥିବା କହି ଭୋଟରଙ୍କ ଆଶୀର୍ବାଦ କାମନା କରୁଛନ୍ତି । ଏଥିସହ ତାଙ୍କୁ ନିର୍ବାଚନ ମଣ୍ଡଳୀବାସୀଙ୍କ ଆଶୀର୍ବାଦ ମିଳିଲେ ଅଞ୍ଚଳର ସମସ୍ତ ମୌଳିକ ସମସ୍ୟାର ସମାଧାନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ: ନିରଞ୍ଜନ ପଟ୍ଟନାୟକ

ପ୍ରକାଶ ଥାଉକି, 2009 ନିର୍ବାଚନରେ ଏବର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଠାରୁ ନିର୍ବାଚନ ଲଢି ମାତ୍ର 21ହଜାର 160ଖଣ୍ଡ ଭୋଟ ପାଇଥିବା ବେଳେ 2019 ନିର୍ବାଚନରେ ତାହା ସାମାନ୍ୟ ବୃଦ୍ଧି ପାଇଥିଲା । ତେବେ ଏଠାରେ ବିଜେପିର ସାମର୍ଥ୍ୟ ବୃଦ୍ଧି ସତ୍ତ୍ବେ ବିଜେଡି ଏବଂ କଂଗ୍ରେସ ହାଇଭୋଲ୍ଟେଜ ଲଢେଇ କରିବା ପାଇଁ ତୟାର ରହିଛନ୍ତି । ଏକଦା ବନ୍ତ ବ୍ଳକରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ନେତା ଭାବେ ସୁଧାଂଶୁଙ୍କ ବେଶ ଦଖଲ ରହିଥିଲା । ତେଣୁ ସେ ଦଳ ଛାଡି ବିଜେପିରେ ମିଶି ଦଳୀୟ ପ୍ରାର୍ଥୀ ହେବା ପରେ ବନ୍ତ ବ୍ଳକରେ ଉଭୟ ବିଜେଡି ଏବଂ ବିଜେପିର ଭୋଟ ପାଇବା ନେଇ ଚର୍ଚ୍ଚା ହେଉଛି । ହେଲେ ନିର୍ବାଚନ ମଣ୍ଡଳୀରେ ବନ୍ତ ବ୍ଳକ ଭଳି ଭଣ୍ଡାରିପୋଖରୀ ବ୍ଲକରେ ସୁଧାଂଶୁଙ୍କ ପାଇଁ ସେତେଟା ସହଜ ହେବ ନାହିଁ । ଏପରି ସ୍ଥଳେ ସେ ଏହି ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ହାତ ରହିଛି ବୋଲି ଚର୍ଚ୍ଚା ହେଉଛି । ତେବେ ଭଣ୍ଡାରିପୋଖରୀ ପ୍ରଚାରକୁ ଜୋରଦାର କରୁଥିବା ବେଳେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ସୁଧାଂଶୁ । 

ଇଟିଭି ଭାରତ, ଭଦ୍ରକ 

Last Updated : May 28, 2024, 8:35 PM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.