ବାଲେଶ୍ବରରେ ମୋଦି ଗ୍ୟାରେଣ୍ଟି ମୁଦ୍ଦା ନେଇ ମୈଦାନରେ ବିଧାୟକ ପ୍ରାର୍ଥୀ ମାନସ - BJP Campaign in Balasore

By ETV Bharat Odisha Team

Published : May 2, 2024, 6:38 PM IST

thumbnail
BJP CAMPAIGN IN BALASORE (Etv Bharat)

BJP CAMPAIGN IN BALASORE: ବାଲେଶ୍ୱର: ପ୍ରଚାର ଆରମ୍ଭ କରିଛନ୍ତି ବାଲେଶ୍ବର ସଦର ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ । ସେ ନିଜ ସମର୍ଥକଙ୍କ ସହିତ ମିଶି ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ପ୍ରଚାର ବେଳେ ସେ ଲୋକମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ହାତରେ ମୋଦିଙ୍କ ଗ୍ୟାରେଣ୍ଟି ନେଇ ନରେନ୍ଦ୍ର ମୋଦିଙ୍କ ସହ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ଗତ ଉପ ନିର୍ବାଚନରେ ବୁଥ ସ୍ତରରେ ଯେଉଁଯେଉଁ ଭୁଲ ରହିଥିଲା ତାହା ତିନି ବର୍ଷ ମଧ୍ୟରେ ସଜାଡିଥିବା କହିଛନ୍ତି ମାନସ । ସେ ଆହୁରି ମଧ୍ୟ କହିଛନ୍ତି, "ଚଳିତ ନିର୍ବାଚନରେ ନିଶ୍ଚିତ ଭାବେ ଅଧିକ ସଂଖ୍ୟକ ଭୋଟ ନିଜ ଖାତାରେ ପଡିବ । ପ୍ରତିଦ୍ୱନ୍ଦ୍ବିତା ନୁହେଁ ବରଂ ସାଧାରଣ ଜନତାଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ।"  

ଏହା ମଧ୍ୟ ପଢ଼ନ୍ତୁ.. ବ୍ରହ୍ମପୁରରେ ଜମିଲାଣି ପ୍ରଚାର: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର - 2024 ELECTION

ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ବାଲେଶ୍ଵରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କିଛି ବି ପାଳନ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ଏମିତି କି ସହରରେ ସିଟି ବସ ବ୍ୟବସ୍ଥା ମଧ୍ୟ ଠପ ହୋଇଥିବା ବେଳେ ସେସବୁ ଖତ ଖାଉଥିବା କଥା କହିଛନ୍ତି । ଖାଲି ସେତିକି ନୁହେଁ ସହରର ଡ୍ରେନ ବ୍ୟବସ୍ଥା ଠିକ ନଥିବାରୁ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହେଉଥିବା ଅଞ୍ଚଳରେ କୌଣସି ସୁବ୍ୟବସ୍ଥା କରାଯାଇ ନଥିବା ମାନସ ଅଭିଯୋଗ କରିଛନ୍ତି । ଖରାଦିନରେ ପାନୀୟ ଜଳ ସମସ୍ୟା ପ୍ରତି ମଧ୍ୟ କୌଣସି ଦୃଷ୍ଟି ଦିଆଯାଇ ନଥିବା କଥା ମାନସ କହିଛନ୍ତି । ତେବେ ଏକ ପ୍ରକାର ସେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଟାର୍ଗେଟ କରିଥିବା ବେଳେ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତି କଥା ମଧ୍ୟ କହିଛନ୍ତି । ଏହାସହ ଦିଲ୍ଲୀରେ ନରେନ୍ଦ୍ର ମୋଦି ଏବଂ ପଲ୍ଲୀରେ ବିଜେପି ପ୍ରାର୍ଥୀଙ୍କ ଜିତ ନିଶ୍ଚିତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.