thumbnail

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃବୃନ୍ଦ

By ETV Bharat Odisha Team

Published : Feb 16, 2024, 9:43 PM IST

BJP National Council Meeting: ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ବା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତାକାଲି(ଶନିବାର) ଠାରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ । ତେଣୁ ସବୁ ରାଜ୍ୟର ପଦାଧିକାରୀମାନେ ଏହି ଅଧିବେଶନରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଡାକରା ହୋଇଛି । ଏହି ଅବସରରେ ଓଡିଶାରୁ ରାଜ୍ୟ ବିଜେପିର ନେତୃବୃନ୍ଦ ମଧ୍ୟ ଦିଲ୍ଲୀଗସ୍ତ କରିଛନ୍ତି । ତେବେ ଗତକାଲି ଏବଂ ଆଜି ସକାଳୁ କିଛି ନେତୃବୃନ୍ଦ ଯାଇଥିବାବେଳେ ସନ୍ଧ୍ୟାରେ ଦିଲ୍ଲୀଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ଅଧିବେଶନକୁ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଉଦଘାଟନ କରିବେ । 



ଏଥିରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଆଦି  ଯୋଗ ଦେବେ । ଅଧିବେସନର ଦ୍ୱିତୀୟ ଦିନରେ ଅର୍ଥାତ ୧୮ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିବେ । 

ଏହା ମଧ୍ୟ ପଢନ୍ତୁ ....ଦଶ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିଜେପି କର୍ମୀ

ଇଟିଭି ଭାରତ, ଭୁବନେଶ୍ବର 
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.