ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୫୦ ବର୍ଷ, କଳା ଦିବସ ପାଳିଲା ବିଜେପି - BJP OBSERVED BLACK DAY

By ETV Bharat Odisha Team

Published : Jun 26, 2024, 10:22 PM IST

thumbnail
BJP OBSERVED BLACK DAY (ETV Bharat Odisha)

BJP OBSERVED BLACK DAY: ଅନୁଗୋଳ: ବିଜେପି ପକ୍ଷରୁ ଜୁନ 25କୁ କଳା ଦିବସ ଭାବେ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନଙ୍କର ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟରେ କଳା ଦିବସ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା ଯୋଗ ଦେଇଥିଲେ । ଆଜିର ଦିନରେ ୧୯୭୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ନାଗରିକ ଅଧିକାର କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଲକ୍ଷ ଲକ୍ଷ ବ୍ୟକ୍ତିଙ୍କୁ ଅନ୍ୟାୟ ଭାବେ ଭାବେ ଗିରଫ କରି ଜେଲରେ ରଖିଥିଲେ । ଯାହାକି ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ପ୍ରତି କୁଠାରଘାତ କରିଥିଲେ । ସେଥିପାଇଁ ବିଜେପି ଆଜିର ଦିବସକୁ କଳା ଦିବସ ଭାବେ ପାଳନ କରୁଛି ବୋଲି କହିଥିଲେ ବିଜେପି ନେତା । 
ଏହା ମଧ୍ୟ ପଢନ୍ତୁ ....ସମ୍ବିଧାନକୁ ସବୁଠୁ ଅଧିକ ଅପମାନ କରିଛି ଭାରତୀୟ ଜାତୀୟ କଂଗ୍ରେସ: ମୁକେଶ ମହାଲିଙ୍ଗ - BJP OBSERVED BLACK DAY 

୧୯୭୫ ମସିହା ଜୁନ 25ରେ କିଭଳି ଭାବେ କଂଗ୍ରେସ ସରକାର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ନିଜର ଏକ ଛତ୍ରବାଦ ଶାସନ ଚଳାଇବା ଲକ୍ଷ୍ୟରେ ଶାସନତନ୍ତ୍ରକୁ ଲଗାଇ ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ରର କଣ୍ଠରୋଧ କରି ଜରୁରୀକାଳୀନ ପରିସ୍ଥିତି ଦେଶରେ ଲାଗୁ କରିଥିଲେ । କଥା କହିବାର ନାଗରିକ ମାନଙ୍କର ଅଧିକାର କ୍ଷୁର୍ଣ୍ଣ କରିଥିଲେ ସେହି ସମ୍ପର୍କରେ ଆଲୋଚନା ହୋଇଥିଲା । 


ଇଟିଭା ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.