thumbnail

'ମନ କି ବାତ' ଶୁଣିଲେ ମନମୋହନ; ବାତ୍ୟା ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଦେଲେ ଧନ୍ୟବାଦ

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ବାତ୍ୟା ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ବିଜେପି ସଭାପତି । ଆଜି ଭୁବନେଶ୍ଵର 29 ନଂ ୱାର୍ଡର ଦଳୀୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ 'ମନ କି ବାତ' ଶୁଣିଲେ ରାଜ୍ୟ ସଭାପତି ମନମୋହନ ସାମଲ । ସ୍ଥାନୀୟ ନେତା ଜଗନ୍ନାଥ ପ୍ରଧାନ, କର୍ପୋରେଟର ଏବଂ କର୍ମୀଙ୍କ ଗହଣରେ 'ମନ କି ବାତ' ଶୁଣିଥିଲେ ମନମୋହନ । ଏହି କାର୍ଯ୍ୟକ୍ରମରେ ବିର୍ସା ମୁଣ୍ଡା, ଓଡିଶୀ ନୃତ୍ୟ ଓ କୋଣାର୍କ ମନ୍ଦିର କଥା କହିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ । ସେ ଆହୁରି କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଲୋକପ୍ରିୟତା ବଢିଛି। 140 କୋଟି ଭାରତୀୟଙ୍କୁ ପ୍ରଭାବିତ କରିପାରୁଛି ।" 

ସେପଟେ ରାଜ୍ୟରେ ବାତ୍ୟାକୁ ନେଇ ସୁପରିଚାଳନା କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ମନମୋହନ । ବାତ୍ୟା ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାର, ରାଜସ୍ବ ମନ୍ତ୍ରୀ ଏବଂ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ସେ । ମନମୋହନ କହିଛନ୍ତି," ଏହାଠୁ ଆଉ ଭଲ ପରିଚାଳନା ହୋଇ ପାରିନଥାନ୍ତା । ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ପୂରା ଦେଶରେ ସବୁଠାରୁ ଭଲ ବୋଲି ମୁଁ ମାନୁଛି । ନିଶ୍ଚିତ ଭାବେ ଏହା ପ୍ରଶଂସନୀୟ । ସରକାରଙ୍କ ଆଗୁଆ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି । "
ଏହା ମଧ୍ୟ ପଢନ୍ତୁ ...ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.