thumbnail

By ETV Bharat Odisha Team

Published : Apr 2, 2024, 6:19 PM IST

ETV Bharat / Videos

ଜଟଣୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ବିଶ୍ବରଞ୍ଜନ, ଥରେ ସୁଯୋଗ ଦେବାକୁ ଜଟଣୀବାସୀଙ୍କୁ କଲେ ନିବେଦନ - Jatni Assembly Constituency

Jatni Assembly Constituency ଖୋର୍ଦ୍ଧା: ଜଟଣୀ ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ପୁଣିଥରେ ବିଶ୍ବରଞ୍ଜନ ବଡ଼ଜେନାଙ୍କ ନାମ ଘୋଷଣା କରିଛି ଦଳ । ୨୦୧୯ ନିର୍ବାଚନରେ ବିଶ୍ବରଞ୍ଜନ ବଡ଼ଜେନା ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ । ଆଜି ପ୍ରାର୍ଥୀ ଘୋଷଣା ପରେ ନିଜ ଗାଁ ଜଟଣୀ ନପୁଟ ନୀଳକଣ୍ଠେଶ୍ଵର ମନ୍ଦିରରୁ ପ୍ରଚାର ଆରମ୍ଭ କରିଛନ୍ତି ବିଶ୍ବରଞ୍ଜନ । ଚଳିତ ନିର୍ବାଚନରେ ବିଜେପି ବିଜୟ ହେବା ସହିତ ଜଟଣୀରେ ବିକାଶ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବିଶ୍ବରଞ୍ଜନ ।

ସେହିପରି ଗୋଟିଏ ଥର ବିଜେପି ଉପରେ ଭରସା କରନ୍ତୁ ଏବଂ ରାଜ୍ୟ ଓ ଦେଶର କିପରି ବିକାଶ ହେଉଛି ତାହା ଦେଖିବେ । ଜଟଣୀ ବ୍ୟବସାୟିକ ପେଣ୍ଠ ସ୍ଥଳ ହୋଇଥିବା ବେଳେ ଖଣିଜ ସମ୍ପଦରେ ଭରପୁର ରହିଛି । କିନ୍ତୁ ଜଟଣୀ ନିର୍ବାଚନ ମଣ୍ଡଳୀରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ । ବିଶେଷ କରି ଜଟଣୀ ଖାସ ମାହଲ ଜମି ସମସ୍ୟାର ସମାଧାନ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ । ଏହାସହ ଜଟଣୀରେ ଲାଗି ରହିଥିବା ଦୀର୍ଘ ଦିନର ସମସ୍ୟାର ହେବ ସମାଧାନ ବୋଲି କହିଛନ୍ତି ବିଶ୍ବରଞ୍ଜନ । ଚଳିତ ନିର୍ବାଚନରେ ବିଜେପିରୁ ଆଶାୟୀ ଥିବା ଅର୍ଦ୍ଧେନ୍ଦୁ ଦାସ, ସନ୍ତୋଷ ଜେନା ଓ ସୁଦୀପ୍ତ ରାୟ ପ୍ରମୁଖ ଏକାଠି ହୋଇ ବିଜେଡି ବିରୁଧରେ ଲଢ଼େଇ କରିବେ ବୋଲି କହିଛନ୍ତି ବିଶ୍ବରଞ୍ଜନ ।



ଏହା ମଧ୍ୟ ପଢ଼ନ୍ତୁ...ପ୍ରାର୍ଥୀ ଘୋଷଣା କଲା ବିଜେପି, ଢେଙ୍କାନାଳ ବିଧାନସଭା ଆସନରେ କୃଷ୍ଣଚନ୍ଦ୍ର ପାତ୍ର ରିପିଟ୍‌ - Dhenkanal Assembly Constituency


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.