thumbnail

By ETV Bharat Odisha Team

Published : Apr 12, 2024, 1:58 PM IST

ETV Bharat / Videos

ନିର୍ବାଚନ ଘମାସାନ ଭିିତରେ ରୋଚକ ଦୃଶ୍ୟ, ବିଜେଡି ନେତାଙ୍କ ଆର୍ଶୀବାଦ ନେଲେ ବିଜେପି ପ୍ରାର୍ଥୀ - Anil seeks blessing from BJD lader

ବ୍ରହ୍ମପୁର: ବ୍ରହ୍ମପୁରରେ ଆଜି ଦୁଇ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପ୍ରଚାର ବେଳେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ.ଅନିଲ କୁମାର । ନିର୍ବାଚନ ପାଇଁ ଟିକଟ ଘୋଷଣା ପରେ ବ୍ରହ୍ମପୁର ସହରରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି  । ପ୍ରାର୍ଥୀମାନେ ସାଧାରଣ ଜନତାଙ୍କ କିଭଳି ନିକଟତର ହେବେ ସେନେଇ ନିୟମିତ ଭାବରେ ବଦଳୁଛି ରଣନୀତି । ଭୋଟରଙ୍କୁ ଭେଟିବାକୁ କିଏ ଘର ଘର ବୁଲିଲାଣି ତ କିଏ ପାର୍କ ବୁଲିଲାଣି । 

ଏହି କ୍ରମରେ ଆଜି ସକାଳୁ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାନସଭା ପ୍ରାର୍ଥୀ କେ. ଅନିଲ କୁମାର ସହରର‌ ଏମ୍.କେ.ସି.ଜି ମେଡିକାଲ ଖେଳପଡିଆ ପହଞ୍ଚିଥିଲେ । ଦୁହେଁ ସେଠାରେ ଥିବା ସାଧାରଣ ଲୋକଙ୍କୁ ଭେଟିବା ସମୟରେ ପୂର୍ବରୁ ପଡିଆରେ ବିଜେଡିର ବରିଷ୍ଠ ନେତା ତଥା ବିଧାନସଭା ପ୍ରାର୍ଥୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ତାଙ୍କର ସମର୍ଥକ ଉପସ୍ଥିତ ରହିଥିଲେ  । ଏହା ଦେଖି କେ.ଅନିଲ କୁମାର ଓ ପ୍ରଦୀପ ପାଣିଗ୍ରାହୀ ଚ୍ୟାଉପଟ୍ଟନାୟକଙ୍କ ପାଖକୁ ଯାଇ ତାଙ୍କର ଆର୍ଶୀବାଦ କାମନା କରିଥିଲେ  । ଅନିଲ ତାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ତାଙ୍କୁ ହାତଯୋଡି ନମସ୍କାର କରିବା ସହ କଥାବର୍ତ୍ତା ହୋଇଥିଲେ  । ତେବେ ନିର୍ବାଚନ ଘମାସାନ ମଧ୍ୟରେ ଏହି ଦୃଶ୍ୟ ଟିକେ ନିଆରା ରହିଥିଲା ।

ଏହା ମଧ୍ୟ ପଢନ୍ତୁ:ଚା’ ଖଟିରେ ବ୍ରହ୍ମପୁରର ବିଜେଡି ବିଧାୟକ ପ୍ରାର୍ଥୀ ଚ୍ୟାଉ ପଟ୍ଟନାୟକ, ଚାଲିଛି ରାଜନୈତିକ ଚର୍ଚ୍ଚା

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.