thumbnail

By ETV Bharat Odisha Team

Published : Apr 2, 2024, 7:49 PM IST

ETV Bharat / Videos

ଉମା ଚରଣ ମଲ୍ଲିକ ହେଲେ ଫୁଲବାଣୀ ବିଜେପି ବିଧାୟକ ପ୍ରାର୍ଥୀ - ODISHA ASSEMBLY ELECTION 2024

BJP Candidate For Phulbani Constituency: ଫୁଲବାଣୀ: ଆଜି ପ୍ରକାଶ ପାଇଛି ବିଜେପିର ୧୧୨ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା । ଏହି କ୍ରମରେ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଉମା ଚରଣ ମଲ୍ଲିକଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି । ଘୋଷଣା ପରେ ଉମା ଚରଣ ମଲ୍ଲିକଙ୍କ ସମେତ ଦଳୀୟ କର୍ମୀ, ସମର୍ଥକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କର୍ମୀ ଓ ସମର୍ଥକମାନେ ଫୁଲବାଣୀ ଠାରେ ନିଜ ନିଜ ମଧ୍ୟରେ ମିଠା ଖୁଆଇ, ନାରା ଦେଇ ବାଣ ଫୁଟାଇ ଖୁସି ମନାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ... ବୌଦ୍ଧ ଓ କଣ୍ଟାମାଳ ପାଇଁ ୩ ଦଳଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ, କଡା ଟକ୍କର ହେବା ସମ୍ଭାବନା - ODISHA ASSEMBLY ELECTION 2024

ଆଗାମୀ ନିର୍ବାଚନରେ ନିଶ୍ଚୟ ବିଜୟୀ ହେବେ ବୋଲି ଆଶା ଅପ୍ରକଟ କରିଛନ୍ତି ଉମା ଚରଣ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ସମୟକୁ ମୁଦ୍ଦା କରି ଲୋକଙ୍କ ପାଖରେ ପହଁଞ୍ଚିବା ସହ ବିଜୟୀ ହେଲେ ଏସବୁ ସମସ୍ୟାର ସମାଧାନ କରିବି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଉମା ଚରଣ । ଏଥି ସହିତ ସେ ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଙ୍କୁ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।  

ଇଟିଭି ଭାରତ, କନ୍ଧମାଳ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.