thumbnail

ପରଜଙ୍ଗରେ ବଢୁଛି ବିଜେଡି ବଳ, ମିଶିଲେ ଶତାଧିକ କର୍ମୀ - Election Campaign

By ETV Bharat Odisha Team

Published : Apr 4, 2024, 2:11 PM IST

Election Campaign: ଢେଙ୍କାନାଳ: ପରଜଙ୍ଗରେ ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ସହ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ । ଗତକାଲି(ବୁଧବାର)ହଜାର ହଜାର କର୍ମୀ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଦୁଇ ନେତା । ଏହାପରେ ପରଜଙ୍ଗ ବ୍ଲକ ସ୍ଥିତ ଜହ୍ନପଡା ଠାରେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ ଦିଆଯାଇଥିଲା । ହଜାର ହଜାର ସଂଖ୍ୟାରେ କର୍ମୀ ବିରୋଧୀ ଦଳ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ପରଜଙ୍ଗରେ ଶୁଭିବ ଯୋଡି ଶଙ୍ଖ । ପରଜଙ୍ଗ ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ପରଜଙ୍ଗ ବିଜୁ ଜନତା ଦଳ ତରଫରୁ ସ୍ୱାଗତ କରାଯାଇଥିଲା । 

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଢେଙ୍କାନାଳ ସାଂସଦ ଭାବେ ଅବିନାଶ ସାମଲ ଓ ପରଜଙ୍ଗ ବିଧାୟକ ଭାବେ ନୃସିଂହ ଚରଣ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀ ଶପଥ ଗ୍ରହଣ କରିଥିଲେ । ସଭାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଢେଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, ଯୁବନେତା ଅସିତ ରାୟ ଚୌଧୁରୀ, ପରଜଙ୍ଗ ନିର୍ବାଚନମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀଙ୍କ ସହ ଅଞ୍ଚଳର ପ୍ରମୁଖ ନେତା ଯୋଗ ଦେଇଥିଲେ । ଏହି ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ ଵିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ସାମିଲ ହେଲେ ପରିଣୀତା ମିଶ୍ର ଓ ସୁଶାନ୍ତ ମିଶ୍ର, ପରିଣୀତା ହେଲେ ବରଗଡ ସାଂସଦ ପ୍ରାର୍ଥୀ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.