ଖଇରାରେ ବିଧାୟକ ଜ୍ୟୋତି ପ୍ରକାଶଙ୍କ ଶକ୍ତି ପ୍ରଦର୍ଶନ, ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ସଂକଳ୍ପ ଯାତ୍ରା - bjd power show in simulia

By ETV Bharat Odisha Team

Published : Apr 15, 2024, 7:32 PM IST

thumbnail

BJD POWER SHOW : ବାଲେଶ୍ବର: ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶଙ୍କ ଶକ୍ତି ପ୍ରଦର୍ଶନ । ଆଜି(ସୋମବାର) ଦିନ ସିମୁଳିଆ ବିଧାନସଭା ଆସନରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ବରେ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତି ପ୍ରକାଶଙ୍କ ନେତୃତ୍ବରେ ସିମୁଳିଆ ଏବଂ ଖଇରା ବ୍ଲକର ପ୍ରାୟ 7ହଜାରରୁ ଊର୍ଦ୍ଧ୍ବ କର୍ମୀଙ୍କୁ ନେଇ ଖଇରା ଦୁର୍ଗା ମଣ୍ଡପଠାରେ ଏକ ବିଶାଳ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନେଇ ଉପସ୍ଥିତ କର୍ମୀମାନଙ୍କୁ ସଂକଳ୍ପ କରାଇଥିଲେ ଜ୍ୟୋତି  ।  

ଏହା ମଧ୍ୟ ପଢନ୍ତୁ....କଂଗ୍ରେସରୁ ମିଳିଲାନି ଟିକେଟ୍‌, ବିଜେଡିରେ ସାମିଲ ହେଲେ ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପୀଡିକା - BJD Joining Program

ପ୍ରଥମେ ସିମୁଳିଆ ବ୍ଲକରୁ 7ହଜାରରୁ ଊର୍ଦ୍ଧ୍ବ ବାଇକ ଯୋଗେ କର୍ମୀମାନେ ରାଲି କରି ଖଇରା ବ୍ଲକକୁ ଆସି ଏକ ସଭା କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୯ଟି ପଞ୍ଚାୟତର ଦଳୀୟ କର୍ମୀଙ୍କ ସମେତ ଦୁଇଟି ବ୍ଲକର ସଭାପତି, 5 ଜଣ ଜିଲ୍ଲା ପରିଷଦ, ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ସମେତ ବହୁ ଯୁବ ନେତାମାନେ ସାମିଲ ହୋଇଥିଲେ । ପୁନର୍ବାର ଜ୍ୟୋତିଙ୍କୁ ବିଧାୟକ ଟିକେଟ ଦେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦାବି କରିବା ସହିତ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଟିକେଟ ଘୋଷଣା ପୂର୍ବରୁ ଜ୍ୟୋତି ପ୍ରକାଶ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ତୃତୀୟ ଥର ବିଧାୟକ ହେବା ନେଇ ମଧ୍ୟ ଆଶା ରଖିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.