ନବରଙ୍ଗପୁରରେ ପ୍ରଦୀପ ମାଝୀଙ୍କ ପ୍ରଚାର ଆରମ୍ଭ, କହିଲେ ଏକତରଫା ହେବ ନିର୍ବାଚନ - General Election 2024 - GENERAL ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 8, 2024, 6:29 PM IST

Pradeep Majhi campaign: ନବରଙ୍ଗପୁର: ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଜୋରଦାର ପ୍ରଚାର ଆରମ୍ଭ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାନସଭା ଅନ୍ତର୍ଗତ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀଙ୍କ ସହିତ ମିଳିତ ଭାବେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତସ୍ତରରେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ତୃଣମୂଳସ୍ତରରେ କର୍ମୀମାନେ ସଂଗଠିତ ହୋଇ କାର୍ଯ୍ୟ କରି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କହିଥିଲେ । ଆଗାମୀ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯିବ ବୋଲି କହିଥିଲେ । ନବୀନ ପଟ୍ଟନାୟକଙ୍କ ଶାସନ ତଥା ତାଙ୍କ ବିଧାୟକ ସମୟରେ ନିଜ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଅନେକ ଉନ୍ନତି ଘଟିଥିବାବେଳେ ବର୍ତ୍ତମାନ ପ୍ରାୟ ବିଭିନ୍ନ ପ୍ରକଳ୍ପ ବାବଦକୁ ପ୍ରାୟ ୧୨୦୦ ଶହ କୋଟି ଟଙ୍କାର କାମ ଚାଲିଥିବା କହିଛନ୍ତି । ଏହି ବିକାଶମୂଳକ କାମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରିରେ ପ୍ରଚାର ଆରମ୍ଭ କଲେ ପ୍ରଦୀପ ମାଝୀ, ବଡ଼ ବିଜୟ ନେଇ ବାଢ଼ିଲେ ଦମ୍ଭୋକ୍ତି - General Election 2024

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.