ଜଟଣୀରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ; ସ୍ୱାଧୀନତା ଦିବସ ପୂର୍ବରୁ ଖାସମାହାଲ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି - Odisha Assembly Polls 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 10, 2024, 11:37 AM IST


ଖୋର୍ଦ୍ଧା: ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜଟଣୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛି ବିଜେଡି । ମଙ୍ଗଳବାର ଜଟଣୀର ଅଧିଷ୍ଠାତ୍ରୀ ଦେବୀ ମା' ଡାମୁଣେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ହାଟବଜାରରେ ପ୍ରଚାର କରିଛନ୍ତି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଜେଡି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ । ଉଭୟ ଘରକୁ ଘର ଯିବା ସହିତ ପ୍ରତିଟି ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଏହି ପ୍ରଚାରରେ ଶତାଧିକ ମହିଳା, ଯୁବ, ଛାତ୍ର ଓ ସାଧାରଣ ଜନତା ସାମିଲ ହୋଇଥିଲେ । ନିର୍ବାଚନ ଜିତିଲେ ଆଗକୁ ଜଟଣୀର ଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ପ୍ରାର୍ଥୀ ବିଭୁତି ବଳବନ୍ତରାୟ । ସେ କହିଛନ୍ତି ଯେ, ଜଟଣୀ ସହରର ବଡ଼ ସମସ୍ୟା ହେଉଛି ଖାସମାହାଲ ସମସ୍ୟା  । ଆସନ୍ତା ଜୁନ ମାସରେ ଆମ ସରକାର ଗଠନ ପରେ ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଏହାର ତ୍ୱରିତ ସମାଧାନ କରାଯିବ । ସେହିପରି ଲୋକସଭା ପ୍ରାର୍ଥୀ ମନ୍ମଥ ପ୍ରଚାର ସମୟରେ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ନାଁ ନନେଇ ବିକାଶରେ ସେ ବାଧକ ସାଜିଥିବାର କହିଛନ୍ତି ।  ଏକ ହୋଇ ଲଢ଼ିବୁ ବହୁ ବ୍ୟବଧାନରେ ବିଜୟ ହେବୁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମନ୍ମଥ  ।

ଇଟିଭି ଭାରତ, ଖୋର୍ଦ୍ଧା

ଏହାମଧ୍ୟ ପଢ଼ନ୍ତୁ-ଖୋର୍ଦ୍ଧା ଓ ବେଗୁନିଆରେ ଛିଣ୍ଡୁନି ତିନି ଦଳର ଅଙ୍କ: ଆଶାୟୀଙ୍କ ଛାତି ଧଡ଼ଧଡ଼ - Odisha Assembly Election 2024

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.