ETV Bharat / state

କୋରାପୁଟ ପିନ୍ଧିଛି ସୁନାର ଶାଢୀ, ଘୋଡାଇ ହୋଇଛି ରୂପାର ଚାଦର - BEAUTY OF KORAPUT

ଶୀତ ଆସିଲେ ହସି ଉଠେ କୋରାପୁଟର ପାଣିି,ପବନ । କଥା କୁହେ ପାହାଡ଼, ପର୍ବତ ଏବଂ ହାତ ଠାରି ଡ଼ାକନ୍ତି ଅଳସୀ ଫୁଲ ।

WINTER NATURE BEAUTY OF KORAPUT
WINTER NATURE BEAUTY OF KORAPUT (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 6:26 PM IST

କୋରାପୁଟ: ନଭେମ୍ବର ମାସ ଆସିଲେ ହସି ଉଠେ କୋରାପୁଟର ପାହାଡ଼, ପର୍ବତ, ଜଙ୍ଗଲ, ନଦୀ ନାଳ ଓ ରାସ୍ତାକଡ଼ । କେଉଁଠି କୁହୁଡି ରୂପାର ଚାଦର ଘୋଡାଇ ଦେଲା ଭଳି ଲାଗେ ତ ଆଉ କେଉଁଠି କ୍ଷେତରେ ଲହଡି ଭାଙ୍ଗୁଥିବା ଅଳସୀ ଫୁଲ ସୁନାର ଓଢଣୀ ବିଛାଇ ହୋଇ ପଡିଥିବାର ଅନୁଭୂତି ଆଣିଥାଏ । ସେପଟେ ହଳଦିଆ ରଙ୍ଗର ଫୁଲରେ ଭରିଯାଇଥିବା କ୍ଷେତରେ ଚାଲି ଦେଲେ ସେ ଫୁଲର ପରସରେ ପ୍ରେମିକାର ଉଡି ଯାଉଥିବା ସୁନାର ଓଢଣୀ ଛୁଇଁଦେଇ ଯିବାର ଅନୁଭୂତି ଆସେ କବିଙ୍କ ପ୍ରାଣରେ । ଏହି ସମୟରେ ଚାଲି ଆସନ୍ତି ବହୁ ପର୍ଯ୍ୟଟକ ଓ ଚଳଚିତ୍ର ନିର୍ମାତା ।

କୋରାପୁଟରେ ଅଳସ ଭାଙ୍ଗୁଛି ଅଳସୀ:

WINTER NATURE BEAUTY OF KORAPUT (ETV Bharat Odisha)

ମାଡି ଆସୁଥିବା ଶୀତର କୋହଲା ପବନରେ ଥିରି ଥିରି ହୋଇ ଚହଲି ଉଠିଥିବା ଫୁଲର ବାଡ଼ରେ ନାଚି ଉଠେ ଯୌବନ । ଦେଓମାଳିର ପାଦଦେଶରୁ କୋରାପୁଟ ଅଞ୍ଚଳର କୋଣ ଅନୁକୋଣ ଭରିଯାଏ ହଳଦିଆ ରଙ୍ଗରେ । ଚାଷୀ ତାର ପେଟ ପାଇଁ ଲଗାଇଥିବା ଅଳସୀ କ୍ଷେତ ପର୍ଯ୍ୟଟକଙ୍କୁ ବେଶ ଆକର୍ଶିତ କରିଥାଏ । ସକାଳ ସମୟରେ କୁହୁଡ଼ିର ଖେଳ ସାଙ୍ଗକୁ ଦିନ ତମାମ ଅଳସୀ ଫୁଲର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ଥରେ ଆସିଥିବା ଲୋକଟିଏ ବାରମ୍ବାର ଆସିବାର ଇଚ୍ଛା ପ୍ରକଟ କରିଥାଏ ବୋଲି କବି ପ୍ରିତିଧାରା ସାମଲ ମତ ରଖିଛନ୍ତି । ସେପଟେ କୋରାପୁଟ ଆସିନଥିବା ପର୍ଯ୍ୟଟକଙ୍କୁ ଏହି ସମୟରେ ଆଣିବା ପାଇଁ ରାଜ୍ୟର ପର୍ଯ୍ୟଟନ ବିଭାଗ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ।

WINTER NATURE BEAUTY OF KORAPUT
WINTER NATURE BEAUTY OF KORAPUT (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ହସ୍ତତନ୍ତ ବସ୍ତ୍ରରେ ପ୍ରାକୃତିକ ରଙ୍ଗ, ସ୍ବାବଲମ୍ବୀ ସହ ରୋଜଗାର ସମ୍ଭାବନା

ଏହା ମଧ୍ୟ ପଢନ୍ତୁ...ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ

ଏହା ମଧ୍ୟ ପଢନ୍ତୁ...ରାଷ୍ଟ୍ରପତିଙ୍କ ମନମୋହିଲା କୋରାପୁଟ ‘ଢେମସା’ ନୃତ୍ୟ

ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକ:

ବର୍ଷ ତମାମ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟକଙ୍କ ପାଇଁ ଖୋରାକ ଯୋଗାଇବାର ସାମର୍ଥ୍ୟ ରଖିଥିବା କୋରାପୁଟ ଅଞ୍ଚଳ ଅବହେଳାର ଶିକାର ହେଉଛି । ଅଳସୀ ଫୁଲ ଭଳି ସାମୟିକ ଭାବେ ହସି ଉଠି ପୁଣି ଥରେ ନୈରାଶ୍ୟର ନଦୀଗର୍ଭରେ ଲୀନ ହୋଇଯିବା ହିଁ ସାର ହୋଇଛି । ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କରାଗଲେ ଏହା ବିଶ୍ବ ଦରବାରରେ ସ୍ଥାନ ପାଇପାରନ୍ତା । ଏହାସହ ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଯୁବପିଢ଼ି । ସେପଟେ ଅଳସୀ ଚାଷୀଙ୍କୁ ସଠିକ ପାଉଣା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.