ETV Bharat / state

ରାଜଧାନୀରେ ‘ଆଦାନୀ ଲାଞ୍ଚ’ ତାତି, ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ଆଦାନୀ ଲାଞ୍ଚ ମାମଲାକୁ ନେଇ ଭୁବନେଶ୍ବରରେ ବିକ୍ଷୋଭ । କୁଶପୁତ୍ତଳିକା ଦାହ କରି ଛାତ୍ର କଂଗ୍ରେସର ପ୍ରତିବାଦ ।

ADANI BRIBERY CASE
ADANI BRIBERY CASE (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 5:59 PM IST

ଭୁବନେଶ୍ବର: ସୌରଶକ୍ତି କଣ୍ଟ୍ରାକ୍ଟ ପାଇଁ ଆଦାନୀ ଗ୍ରୁପ 2200 କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ଆଣିଛି ଆମେରିକା । ଆମେରିକାର ଏକ କୋର୍ଟରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୌରଶକ୍ତି କଣ୍ଟ୍ରାକ୍ଟ ପାଇବାକୁ ଓଡ଼ିଶା ସମେତ ଦେଶର 5 ରାଜ୍ୟର ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି ।

2021 ବେଳେ ଲାଞ୍ଚ କାରବାର:

ଆଦାନୀ ଲାଞ୍ଚ କାରବାର ମାମଲାରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘ସୌର ଶକ୍ତି ବିକିବା ପାଇଁ ଆଦାନୀ ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ ଲାଞ୍ଚ କାରବାର କରିଛି । ଦୁର୍ଭାଗ୍ୟର ବିଷୟ ୨୦୨୧ରେ ଯେତେବେଳେ ଏହି ଲାଞ୍ଚ କାରବାର ହୋଇଥିଲା, ସେତେବେଳେ ଓଡ଼ିଶାରେ ବିଜେଡି ସରକାର ଥିଲା । ସେହି ସମୟରେ ହିଁ ଆଦାନୀ ଏହି ଲାଞ୍ଚ କାରବାର କରିଛି । ସେତେବେଳେ ଏହି ଲାଞ୍ଚ କାରବାରରେ ସରକାରର କେଉଁ ଅଫିସର ଥିଲେ, ସରକାରର ମନ୍ତ୍ରୀ ସାମିଲ ଥିଲେ କି ନାହିଁ, ତାହାର ସିବିଆଇ ତଦନ୍ତ ହେବା ଦରକାର । ଯେ କୌଣସି ଅଫିସର ଥାଉ ବା ଅଫିସର ନାମରେ ରାଜନୀତି କରୁଥିବା ବ୍ୟକ୍ତିବିଶେଷ ହୋଇଥାନ୍ତୁ, ସେମାନଙ୍କୁ ତଦନ୍ତ ପରିସର କରାଯାଉ । ଲୋକ ଜାଣିବା ଦରକାର ଆଦାନୀ ଠାରୁ କିଏ କେତେ ଟଙ୍କା ଖାଇଛନ୍ତି । ’

ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ (ETV Bharat Odisha)

‘ରାହୁଲ ଯାହା କହୁଥିଲେ ସତ୍ୟ ପ୍ରମାଣିତ ହୋଇଛି’

ସେ ଆହୁରି କହିଛନ୍ତି, ‘କଂଗ୍ରେସ ରାହୁଲ ଗାନ୍ଧୀ ଯାହା କହୁଥିଲେ, ଭାରତ ବର୍ଷକୁ ଅମ୍ବାନୀ-ଆଦାନୀ ଚଳାଉଛନ୍ତି ବୋଲି ତାହା ପ୍ରମାଣିତ ହୋଇଛି । ଅନ୍ୟପକ୍ଷରେ ଓଡ଼ିଶା ସମେତ ଭାରତର ଲୋକଙ୍କୁ ଲୁଟିବା ପାଇଁ NDA ସରକାର ଆଦାନୀକୁ କିଭଳି ସାହାଯ୍ୟ କରିଛନ୍ତି, ଏହା ତାହାର ଏକ ଛୋଟ ଦୃଷ୍ଟାନ୍ତ ।’

ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ପ୍ରତିକ୍ରିୟା:

ଏନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, ‘ରିପୋର୍ଟ ଯଦି ସତ୍ୟ ହୋଇଥିବ ତାହେଲେ ସାଙ୍ଘାତିକ । ଏ ବିଷୟରେ ବଡ଼ ଧରଣର ତଦନ୍ତ ହେବାର ଆବଶ୍ୟକତା ରହିଛି । ଏ ଅଧିକାରୀ ମାନଙ୍କୁ ଦଣ୍ଡ ମିଳିବା ଦରକାର । ଏହାର ତଦନ୍ତ ପାଇଁ ରାଜନୈତିକ ଇଚ୍ଛା ଶକ୍ତି ମଧ୍ୟ ଆବଶ୍ୟକ ।’

ଏହା ମଧ୍ୟ ପଢନ୍ତୁ:

ଆଦାନୀ ଲାଞ୍ଚ ମାମଲା: ଭିତ୍ତିହୀନ କହିଲା ଗ୍ରୁପ, ଝଟ୍‌କା ଦେଲା କେନିଆ

ବଢିଲା ମାଧବୀଙ୍କ ଅଡୁଆ: ହିଣ୍ଡେନବର୍ଗ-ଆଦାନୀ ମାମଲାର ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟରେ ନୂଆ ମାମଲା - Hindenburg Adani issue

ଅମ୍ବାନି-ଆଦାନୀଙ୍କଠୁ କେତେ ମାଲ୍ ନେଇଛନ୍ତି ଶେହଜାଦା: ପ୍ରଧାନମନ୍ତ୍ରୀ - Modi Accuses Rahul

ଅଦାନୀ-ହିଣ୍ଡେନବର୍ଗ ମାମଲା, ଏମିତି କହିଲେ ଆଇନଜୀବୀ...

ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ, ଦାହ କଲା କୁଶପୁତ୍ତଳିକା:

ସେପଟେ ଆଦାନୀ ନାଁରେ ଲାଞ୍ଚ କାରବାର ମାମଲାକୁ ନେଇ ବିକ୍ଷୋଭ ପଦର୍ଶନ କରିଛି ଛାତ୍ର କଂଗ୍ରେସ । ଛାତ୍ର,ଯୁବ କଂଗ୍ରେସ ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶପୁତ୍ତଳିକା ମାଷ୍ଟରକ୍ୟାଣ୍ଟିନରେ ଦାହ କରାଯାଇଛି । ମୋଦି ସରକାର ଓ ଶିଳ୍ପପତି ଆଦାନୀଙ୍କ ବିରୋଧରେ ବର୍ଷିଛି ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.