ETV Bharat / entertainment

ଓଲିଉଡ ଷ୍ଟାରଙ୍କ ହାଇଡ୍ରାମା: DCP ଅଫିସ ସାମ୍ନାରେ ମନୋଜ-ବବି ମୁହାଁମୁହିଁ - MANOJ MISHRA BOBBY ISLAM CLASH

ଡିସିପି ଅଫିସ ଆଗରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା । ଅଭିନେତା ମନୋଜ ମିଶ୍ର ଏବଂ ନିର୍ଦ୍ଦେଶକ ବବି ଇସଲାମ ମୁହାଁମୁହିଁ ।

MANOJ MISHRA BOBBY ISLAM CLASH
MANOJ MISHRA BOBBY ISLAM CLASH (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 6:10 PM IST

ଭୁବନେଶ୍ୱର: ଉଗ୍ରରୂପ ନେଉଛି ଓଲିଉଡ ଷ୍ଟାର ବିବାଦ । ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ମୁହାଁମୁହିଁ । ଡିସିପି ଅଫିସ ସମ୍ମୁଖରେ ହାତାହାତି ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ । ଏହା ପରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ମନୋଜ ମିଶ୍ର ଓ ବବି ଇସଲାମ ସିପି ଅଫିସରେ ଆଲୋଚନା କରିଥିଲା ପୋଲିସ । ପୋଲିସର ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ଏନେଇ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

ମନୋଜ ମିଶ୍ର-ବବି ଇସଲାମ ମୁହାଁମୁହିଁ

MANOJ MISHRA BOBBY ISLAM CLASH (ETV Bharat Odisha)

ସୂଚନା ଅନୁସାରେ, ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା 'ରାଣ୍ଡି ପୁଅ ଅନନ୍ତା'କୁ ନେଇ ମନୋଜ ମିଶ୍ରଙ୍କ ବିରୋଧ ଓ ଉଠାଇଥିବା ବିବାଦକୁ ନେଇ ଓଲିଉଡରେ ଏକ ପ୍ରକାର ଟକ୍କରା ଟକ୍କରି ପରିସ୍ଥିତି ଦେଖାଦେଇଥିଲା । ଏହାକୁ ନେଇ ଉଭୟ ମନୋଜ ମିଶ୍ର ଓ ବବି ଇସଲାମ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ଏନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଆପୋଷ ବୁଝାମଣା ପାଇଁ ଉଭୟଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ଡକାଯାଇଥିଲା । ଏହି ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।

ପୋଲିସ ହସ୍ତକ୍ଷେପରେ ସ୍ଥିତି ନିୟନ୍ତ୍ରଣ

ମନୋଜଙ୍କୁ ରାଣ୍ଡିପୁଅ ବୋଲି ତାତ୍ସଲ୍ୟ ପାଇଁ ଚିହିକି ଉଠି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ମନୋଜ ବୋଲି ଅଭିଯୋଗ ଆଣିଛନ୍ତି ବବି ଇସଲାମ ଓ ତାଙ୍କ ସହଯୋଗୀ ନିର୍ଦ୍ଦେଶକ । ଯାହାକୁ ନେଇ କିଛି ସମୟ ଧରି ଡିସିପି ଅଫିସରେ ସେମାନଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି ଚାଲିଥିଲା । ଡିସିପି କାର୍ଯ୍ୟାଳୟରେ ଉଭୟ ଉଭୟଙ୍କୁ ଇଙ୍ଗିତ କରି କଥା କହିବା ସହ ପୋଲିସ ଉପସ୍ଥିତିରେ ଆକ୍ରମଣ ଓ ପ୍ରତି ଆକ୍ରମଣ ପାଇଁ ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହାର ସମାଧାନ ପାଇଁ ସିପି ଅଫିସରେ ବୈଠକ ବସିଥିଲା ଉଭୟ ଗୋଷ୍ଠୀ । ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ବବି ଇସଲାମଙ୍କ ପ୍ରତିକ୍ରିୟା

ଘଟଣା ନେଇ ବବି ଇସଲାମ କହିଛନ୍ତି, ''ମନୋଜ ଆଜି ପ୍ରମାଣିତ କରିଦେଲେ ଯେ ଫିଲ୍ମ ଭଳି ସେ ରିଅଲରେ ମଧ୍ୟ ଭିଲିଆନ । ସେ କହୁଛନ୍ତି ସେ ଓଡ଼ିଶାର ଏକମାତ୍ର ସେ ସବୁ ଜାଣିଛନ୍ତି ଆଉ କେହି କିଛି ଜାଣି ନାହାଁନ୍ତି । ସେ ଖାଲି ଫିଲ୍ମ କରି ହିଟ କରିଦେବେ । ସେ କେତେଟା ଫିଲ୍ମ ଓଡ଼ିଶା ପାଇଁ କରିଛନ୍ତି ହିଟ୍ ଫିଲ୍ମରେ ଲିଡ୍ କରିଛନ୍ତି । ପ୍ରଥମ ଥର ସେ ଯେଉଁ ଫିଲ୍ମ କରିଥିଲେ । ଗୋଟେ‌ ଲୋକ ହିନ୍ଦୀ ସିନେମାରେ ଛୋଟ ଛୋଟ ରୋଲ୍ କରି ଓଡ଼ିଆ ସିନେମାରେ କଲେ । ତା'ପରେ ଟେଲି ସିନେମାରୁ ଏବେ ୟ୍ୟୁଟବର ହୋଇଗଲେଣି ।''

ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା
ସେପଟେ ଏନେଇ ମନୋଜ ମିଶ୍ର କହିଛନ୍ତି, ''ମୁଁ ଡିସିପି ଅଫିସ ଏଣ୍ଟ୍ରି କଲାବେଳେ ବବି ଇସଲାମ ମୋତେ ରାଣ୍ଡି ପୁଅ ବୋଲି ତାତ୍ସଲ୍ୟ କଲେ ଯାହା ମୋତେ ବହୁତ ଖରାପ ଲାଗିଲା‌ । ସେଥିପାଇଁ ତା ପାଖକୁ ଦୌଡିକି ପଳାଇଲି‌ । ଏଥିପାଇଁ ସେ ସମସ୍ତଙ୍କୁ ଭୁଲ ମାଗୁଛି । କିନ୍ତୁ ରାଣ୍ଡି ପୁଅ ଶବ୍ଦରୁ ନେଇ ସେ ଅଟକିଛି । ଆଜି କି ହିସାବରେ ସେଭଳି ଶବ୍ଦ ରହିବା ଦରକାର ନୁହେଁ । ମୋତେ ବବି ଇସଲାମ ବ୍ୟକ୍ତିଗତ ଭାବେ ଆଟାକ କରିଛି । ସେ ବିଷୟରେ ମାମଲା ଚାଲିବ ।''

ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା

ଅନ୍ୟପଟେ ଡିସିପି କହିଛନ୍ତି, ''ଆମେ ଜାଣିବାକୁ ପାଇଲୁ ସେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ତା ବିଷୟରେ ପୋଲିସର ଭୂମିକା ନାହିଁ । କିନ୍ତୁ ସେମାନେ‌ ଯେଉଁ ଦୁଇଟି ମାମଲା ରୁଜୁ କରିଛନ୍ତି । ସେ ବିଷୟରେ ଦୁଇଟି ମକଦ୍ଦମା ରୁଜୁ ହୋଇଛି । ହେଲେ ଯେଉଁ ବ୍ୟକ୍ତିଗତ ଆକ୍ଷେପ ରହିଛି ସେନେଇ ଆମେ କାଉନସେଲିଂ କରିଥିଲୁ । ଯେହେତୁ ଦୁଇ ଜଣ ଗୋଟିଏ ସମୟରେ ଡିସିପି ଅଫିସ ଆସିଥିଲେ । ଆମେ ତାଙ୍କୁ ମନା କରିଥିଲୁ । ଏଭଳି ବିଶୃଙ୍ଖଳା ଆଚରଣ କୋଣସି ସରକାରୀ ଅଫିସରେ ଗ୍ରହଣୀୟ ନୁହେଁ । ତାଙ୍କର ଯେଉଁ ଦୁଇଟି ମକଦମା ହୋଇଛି ସେନେଇ ଯାହାକି ସାକ୍ଷୀ ପ୍ରମାଣ ଆଧାରରେ ଆମେ ତଦନ୍ତ କରିବୁ । କିନ୍ତୁ ତାଙ୍କର ଯେଉଁ ବ୍ୟକ୍ତି ଗତ ଲଢେଇ ଅଛି ଫିଲ୍ମ ବିଷୟରେ ଆମେ ତାକୁ ସଜେସନ କରିଥିଲୁ ମାନହାନି ମକଦ୍ଦମା କରନ୍ତୁ ସେ ବିଷୟରେ ଅଲଗା ତଦନ୍ତ ହେବ ।’

ଏହା ମଧ୍ୟ ପଢନ୍ତୁ: ବବି ଇସଲାମଙ୍କୁ ହତ୍ୟା ଧମକ, ଥାନାର ହେଲେ ଦ୍ୱାରସ୍ଥ

କହିରଖୁଛୁ କି, ଚନ୍ଦ୍ର ଶେଖରପୁର ଥାନାରେ‌ ବବି ଇସଲାମ ନାଁରେ ମନୋଜ ମିଶ୍ର ଅଭିଯୋଗ କରିଥିଲେ ଏବଂ ଅନୁରୁପ ଭାବେ ମନୋଜ ମିଶ୍ରଙ୍କ ନାଁରେ ମଧ୍ୟ ବବି ଇସଲାମ ଦରଘା ବଜାର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.