ଭୁବନେଶ୍ୱର: ରାଜ୍ୟରେ ୩ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ବଢିଲା କାର୍ଯ୍ୟକାଳ । ଯାହାକୁ ନେଇ ଏକ ବିଜ୍ଞାପି ପ୍ରକାଶ ପାଇଛି । ଆସନ୍ତା ୬ ମାସ କୁଳପତିଙ୍କ ପର୍ଯ୍ୟନ୍ତ ବଢ଼ିଛି କାର୍ଯ୍ୟକାଳ ।
୩ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବଢିଲା କାର୍ଯ୍ୟକାଳ:-
ରାଜ୍ୟରେ ୩ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଛି। ଆଉ ୬ ମାସ କାର୍ଯ୍ୟକାଳ ବଢାଇଛନ୍ତି କୁଳାଧିପତି । ସେହି ବିଶ୍ବବିଦ୍ୟାଳୟ ଗୁଡ଼ିକ ହେଉଛି, ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ । ତେବେ ଏହି ତିନୋଟି ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଏଇ ମାସରେ ସରୁଥିଲା କାର୍ଯ୍ୟକାଳ । ୨୦୨୦ ମସିହା ନଭେମ୍ବର ୨୩ ତାରିଖରେ ରାଜ୍ୟପାଳ ତଥା କୁଳାଧିପତି ରାଜ୍ୟର ଏକ ସଙ୍ଗରେ ୬ଟି ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତି କରିଥିଲେ ।
![Vice Chancellors tenure extended](https://etvbharatimages.akamaized.net/etvbharat/prod-images/22-11-2024/od-bbsr-02-university-vc-odisha-7206049_21112024223342_2111f_1732208622_696_2211newsroom_1732274050_165.jpg)
ସେମାନେ ହେଉଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ, ରମାଦେବୀ ବିଶ୍ଵବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ଏନ୍ ନାଗରାଜୁ । ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର କୁଳପତି କିଶୋର ବାସା ଏବଂ ଖଲ୍ଲୀକୋଟ ବିଶ୍ଵବିଦ୍ୟାଳୟର କୁଳପତି ଭାବେ- ପ୍ରଫୁଲ୍ଲ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା।
![Utkal university](https://etvbharatimages.akamaized.net/etvbharat/prod-images/22-11-2024/od-bbsr-02-university-vc-odisha-7206049_21112024223342_2111f_1732208622_69_2211newsroom_1732274050_1036.jpg)
ଏହା ବି ପଢନ୍ତୁ- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର୍ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ
ଉଚ୍ଚ ଶିକ୍ଷା ବିଭାଗର ୫ ଟି ବିଶ୍ୱବିଦ୍ୟାଳୟ ମୂରବୀହିନ:-
ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ହେଲେ ନିଯୁକ୍ତି ଦିଆଯାଇନାହିଁ। କିନ୍ତୁ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପାଇଁ କୁଳପତି ପଦଖାଲି ଥିଲେ ମଧ୍ୟ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ। କେନ୍ଦୁଝରର ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ଜୟପୁରର ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପାଇଁ ଏପର୍ଯ୍ୟନ୍ତ କୁଳପତି ନିଯୁକ୍ତ କରାଯାଇନାହିଁ । ଏଠାରେ ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ଓଏସ୍ଡି) ନିଯୁକ୍ତ କରାଯାଇଛି।
![Gangadhar meher university](https://etvbharatimages.akamaized.net/etvbharat/prod-images/22-11-2024/od-bbsr-02-university-vc-odisha-7206049_21112024223342_2111f_1732208622_597_2211newsroom_1732274050_749.jpeg)
ଏମାନଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି। ସେହିପରି ଭାବରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏଠାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିକୁ ଅସ୍ଥାୟୀ ଭାବେ ୨୦୨୫ ଜାନୁଆରୀ ୩୧ ଯାଏ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର କିଶୋର କୁମାର ବାସା ୨୦୨୨ ନଭେମ୍ବର ମାସରେ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣର ଅଧ୍ଯକ୍ଷ ହୋଇଥିଲେ ସେ ସମୟରୁ ନିକଟ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ କୁମା ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସ ରବୀନ୍ଦ୍ର ପଣ୍ଡା ଇସ୍ତଫା ଦେବା ପରେ ଓଡ଼ିଆ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବି ପ୍ରଧାନଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି ।
କେଉଁ ବିଶ୍ବବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ କେତେ ବର୍ଷ:-
୨୦୨୫ ମାର୍ଚ୍ଚରେ ରେଭେନ୍ସା ବିଶ୍ଵବିଦ୍ୟାଳୟ, ଏପ୍ରିଲ୍ରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଅଗଷ୍ଟରେ ମା' ମାଣିକେଶ୍ଵରା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ। ୨୦୨୬ ମେ ମାସରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ୨୦୨୭ ଜାନୁଆରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି କାର୍ଯ୍ୟକାଳ ଶେଷ ହେବ ।
ଇଟିଭି ଭାରତ, ଭୁବନେଶ୍ୱର