ବୌଦ୍ଧରେ ବିଜେପି-ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ଓହ୍ଲାଇଲେ ପତ୍ନୀ - BOUDH ASSEMBLY CONSTITUENCY - BOUDH ASSEMBLY CONSTITUENCY

🎬 Watch Now: Feature Video

thumbnail

By ETV Bharat Odisha Team

Published : May 7, 2024, 11:05 PM IST

Candidate's Wives Begin Campaigning : ବୌଦ୍ଧ: ଜମୁଛି ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ । ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କ ପାଖକୁ ଯାଇ ଜନସମର୍ଥନ ହାସଲ କରିବାକୁ ପ୍ରୟାସ ଚଳାଇଛନ୍ତି । ଏପରିକି ପ୍ରାର୍ଥୀମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଭୋଟଭିକ୍ଷାରେ ଲାଗିପଡିଛନ୍ତି । ବୌଦ୍ଧ ଜିଲ୍ଲାରେ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିବା ପରେ ଆଜି ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର ପାଇଁ ମୈଦାନକୁ ସେମାନଙ୍କ ପତ୍ନୀ ବାହାରିଛନ୍ତି  । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସମୁଦାୟ 6ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ତାହା କାୟମ ରହିବା ସହିତ ଗତକାଲି କେହି ମଧ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନଥିଲେ । ଫଳରେ ବୈଦ୍ଧ ଆସନରେ 6ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବା ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ... 'ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ' - CONGRESS CRITICIZED BJP AND BJD

ଆଜି ବୌଦ୍ଧ ନିର୍ବାଚନ ମଣ୍ଡଳୀର ପାଞ୍ଚ ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କ ପାଇଁ ଭୋଟ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି  ତାଙ୍କ ସ୍ତ୍ରୀ ଓ ବୋହୂ । ସ୍ବାମୀ ଓ ଶଶୁର ଙ୍କ ପାଇଁ ନିର୍ବାଚନ ମଣ୍ଡଳୀର ପ୍ରଥମ ବୁଥରୁ ଉଭୟ ଶାଶୂ ବୋହୁ ଦଳୀୟ ମହିଳା କର୍ମୀଙ୍କ ସହିତ ଘରକୁ ଘର ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ପତ୍ନୀ ସୀମାରାଣୀ ଅମାତ ତେଲିବନ୍ଧ ପଞ୍ଚାୟତ ଓ ବଘିଆପଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପହଞ୍ଚି ଘରକୁ ଘର ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସୂଚନାଯୋଗ୍ୟ ଯେ ସ୍ନେହଲତା ପ୍ରଧାନ ହରଭଙ୍ଗା ବ୍ଲକର ଅଧ୍ୟକ୍ଷା ରହିଥିବା ବେଳେ ନିଜ ସ୍ବାମୀ ତଥା ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।  

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.