thumbnail

କାଚ ମହଲରେ ବିରାଜିଛନ୍ତି ମା' ଜଗତ ଜନନୀ

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ମା'ଙ୍କ ଆଗମନରେ ପ୍ରକମ୍ପିତ ହେଉଛି ଗଗନ ପବନ । ଧନୀଠୁ ଗରିବ ସମସ୍ତେ ମା'ଙ୍କୁ ଧରାପୃଷ୍ଠରେ ପାଇ ଧନ୍ୟ ମଣିଛନ୍ତି । ଏହାରି ଭିତରେ ରାଜଧାନୀ ଭୁବନେଶ୍ବରେ ଏକ କାଚ ମହଲରେ ବିରାଜିଛନ୍ତି ମା' ଜଗତ ଜନନୀ । ବମିଖାଲ ପୂଜା ମଣ୍ଡପରେ 500 କେଜି କାଚ ମହଲରେ ପୂଜା ପାଉଛନ୍ତି ମା' ଦୁର୍ଗା । ମା' ଦଶଭୂଜାଙ୍କ ନବମୀ ପୂଜା ଆରମ୍ଭ ହୋଇଛି । ରାଜଧାନୀରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଝଲସୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ଚଳିତ ବର୍ଷ ୬୧ବର୍ଷରେ ପଦାର୍ପଣ କରିଛି ବମିଖଲ ପୂଜା ମଣ୍ଡପ । ଏଥର ପଞ୍ଜାବର କାପୂର୍ଥାଲାରେ ଥିବା ଫ୍ରେଞ୍ଚ୍ ପ୍ୟାଲେସକୁ ନକଲ କରି ଆକର୍ଷଣୀୟ ତୋରଣ କରାଯାଇଛି । ୧୫୦ଫୁଟ ଚଉଡ଼ା ଏବଂ ୮୫ଫୁଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ ଭିତର ରହିଛି କେବଳ ଆଇନାରେ ତିଆରି ପ୍ୟାଲେସର ଗମ୍ଭୂଜ । ତିନିମାସ ଧରି ବଙ୍ଗାଳୀ କାରିଗର ଏହି ତୋରଣକୁ ତିଆରି କରିଛନ୍ତି । ଏଥି ସହିତ ଚଳିତ ବର୍ଷର ପୂଜାର ଥିମ୍ ରହିଛି ' ଯିବେ ଦୟା' । ମଣ୍ଡପରେ ପଶୁ ଓ ପକ୍ଷୀମାନଙ୍କୁ ସ୍ଥାନ ଦେଇ ସେମାନଙ୍କ ସଂରକ୍ଷଣ ପାଇଁ ସନ୍ଦେଶ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ.....ଜନ୍ମମାଟିରେ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ, ଆଜିଠୁ 3ଦିନିଆ କେନ୍ଦୁଝର ଗସ୍ତ

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.