ରୋଗୀଙ୍କ ଅଭିଯୋଗ ଶୁଣି ହଠାତ୍ ମେଡିକାଲରେ ପହଞ୍ଚିଲେ ବିଧାୟକ, ଆଉ ତା ପରେ... - Mla Visits MKCG Medical College

By ETV Bharat Odisha Team

Published : Jul 31, 2024, 7:16 PM IST

thumbnail
MLA VISITS MKCG MEDICAL COLLEGE (ETV Bharat Odisha)

MLA VISITS MKCG MEDICAL COLLEGE: ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏକ ପ୍ରମୁଖ ମେଡିକାଲ ହେଉଛି ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ କଲେଜ । ପୂର୍ବରୁ ଏଠାରେ ମାଳମାଳ ଅବ୍ୟବସ୍ଥା ଥିବା ନଜିର ରହିଛି । ହେଲେ ରୋଗୀଙ୍କ ଅଭିଯୋଗ ଶୁଣି ହଠାତ୍ ମେଡିକାଲରେ ପହଞ୍ଚିଲେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର । ମେଡିକାଲ ପରିଦର୍ଶନ କରି ରୋଗୀସେବାର ଅବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ବିଧାୟକ । ବିଧାୟକ କେ.ଅନିଲ କୁମାର ଏମ୍.କେ.ସି.ଜି ମେଡିକାଲରେ ହଠାତ୍ ପହଞ୍ଚି  ଅଭିଯୋଗ ଆଣିଥିବା ରୋଗୀଙ୍କ ନିକଟକୁ ଯାଇ ସୁବିଧା ଅସୁବିଧା ସମ୍ପର୍କରେ ପଚାରୀ ବୁଝିଥିଲେ । କେବଳ ସେତିକି ନୁହେଁ ବରଂ ତାର ଆଖପାଖରେ ରହିଥିବା ଅନ୍ୟ ରୋଗୀଙ୍କ ଅବସ୍ଥା କିପରି ରହିଛି ତାହା ମଧ୍ୟ ପଚାରିଥିଲେ ବିଧାୟକ । 

ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ନେଇ ରୋଗୀଙ୍କ ସମ୍ପର୍କୀୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏପରି କି ବିଭିନ୍ନ ସମୟରେ ଅଶାନ୍ତ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏଭଳି ସମୟରେ ବ୍ରହ୍ମପୁରର ନୂତନ ବିଧାୟକ କେ.ଅନିଲ କୁମାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମେଡିକାଲରେ ବ୍ୟାପକ ଅବ୍ୟବସ୍ଥା ଦେଖି ବିଧାୟକ  ମେଡିକାଲର ମୁଖ୍ୟ ପ୍ରଶାସନିକ ଅଧିକାରୀ ସଂଗ୍ରାମ କୁମାର ପଣ୍ଡାଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି । ଏନେଇ ଆଗାମୀ ଦିନରେ ସ୍ୱତନ୍ତ୍ର ଭାବରେ ଆଲୋଚନା କରାଯିବ ବୋଲି ବିଧାୟକ କହିଛନ୍ତି । 

ଏହା ମଧ୍ୟ ପଢନ୍ତୁ...ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଡାକ୍ତର-ସ୍ବାସ୍ଥ୍ୟ କର୍ମୀଙ୍କ ମରୁଡି, ଭଗବାନଙ୍କ ଭରସାରେ ରୋଗୀ ! - Healthcare Crisis 


ଏମ୍.କେ.ସି.ଜିର କ'ଣ ଅବ୍ୟବସ୍ଥା ଦେଖିଥିଲେ ନବନିର୍ବାଚିତ ବିଧାୟକ:

ଏମ୍.କେ.ସି ମହିଳା ଭେଷଜ ୱାର୍ଡର ୮୭୦ ନଂ ବେଡରୁ ଆସିଥିବା ଏକ ଅଭିଯୋଗ ଅନୁସାରେ ବିଧାୟକ ପହଞ୍ଚିବା କ୍ଷଣି ହିଁ ତୁରନ୍ତ ମେଡିକାଲ ଟିମ୍ ଚିକିତ୍ସା ଆରମ୍ଭ କରିଥିଲେ । ଏହାସହ ଉକ୍ତ ରୋଗୀଙ୍କ ନିକଟରେ ରହିଥିବା ଅନ୍ୟ ଜଣେ ବୃଦ୍ଧାଙ୍କ ମୁତ୍ର ନଳୀ କୌଣସି କାରଣ ବସତଃ ଖସି ପଡିଥିବାବେଳେ ସେ ବେଡରେ ହିଁ ପରିଶ୍ରା କରି ଶୋଇ ରହିଥିବା ଦେଖିଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ ବିଧାୟକ । 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.