ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର 33ତମ ବାର୍ଷିକ ଉତ୍ସବ, ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ - Multi Language Short Drama - MULTI LANGUAGE SHORT DRAMA

🎬 Watch Now: Feature Video

thumbnail

By ETV Bharat Odisha Team

Published : May 21, 2024, 8:53 PM IST

Multi Language Short Drama:ନୂଆପଡ଼ା: ଜିଲ୍ଲାର ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର 33ତମ ବାର୍ଷିକ ଉତ୍ସବ ଅବସରରେ ଷଷ୍ଠ ତମ ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଲୁକାୟିତ କଳା ସାହିତ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଅଞ୍ଚଳର ନାଟ୍ୟକାର, ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ବଞ୍ଚାଇ ରଖିବା ସହ ନାଟକ ଆନ୍ଦୋଳନ ସୃଷ୍ଟି କରିବା ମହତ ଉଦ୍ଦେଶ୍ୟ ନେଇ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ବହୁ ଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଦୀର୍ଘ ବର୍ଷରୁ ଜାରି ରଖିଛି । ଆଜି ନାଟକ ପ୍ରତିଯୋଗିତାର ପ୍ରଥମ ସନ୍ଧ୍ୟାରେ ବୋଡେନ ବୁଢ଼ାପରା ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ନାଟକ "ଅସୁର" ମଞ୍ଚସ୍ଥ ହୋଇଛି । ଯାହାର ନିର୍ଦ୍ଦେଶକ ପିତାମ୍ବର ଦୀପ । ସେହିଭଳି ନାଟ୍ୟକାର ନିର୍ଦ୍ଦେଶକ ଅମୁଲ୍ୟ କୁମାର ବାରିକଙ୍କ ଦ୍ବାରା ନିର୍ଦ୍ଦେଶିତ ମା' ଠାକୁରାଣୀ ଯୁବକ ସଂଘ ଦ୍ୱାରା ନାଟକ "ବେଡି" ମଞ୍ଚସ୍ଥ ହୋଇଯାଇଛି । ସେହିଭଳି ନେହେନା ଚକାଡୋଳା ଯୁବକ ସଂଘ ଦ୍ୱାରା ନାଟକ "ଚମ୍ପାର ଦୁଖଃ" ସଫଳ ମଞ୍ଚସ୍ଥ ହୋଇଛି, ଯାହାର ନାଟ୍ୟକାର ନିର୍ଦ୍ଦେଶକ ମୋତିଲାଲ ବାଗ ।

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଆଦିବାସୀଙ୍କ ବାଲିଯାତ୍ରା, ପାରମ୍ପରିକ ବାଦ୍ୟରେ ଝୁମିଲା ଗାଁ ଦାଣ୍ଡ

କଳାକାରମାନଙ୍କ ନିଖୁଣ ଅଭିନୟରେ ବିମୋହିତ ହୋଇଛନ୍ତି ନାଟ୍ୟପ୍ରେମୀ । ଶେଷରେ ସମସ୍ତ ନାଟ୍ୟକାର, ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ନେଇ ନାଟକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ନାଟ୍ୟଗୁରୁ ପ୍ରଫେସର ରବିରଞ୍ଜନ ପ୍ରଧାନ, ଜିତେନ୍ଦ୍ରନାଥ ପଟ୍ଟନାୟକ, ପବିତ୍ର ମୋହନ ପ୍ରଧାନ, ସୁକେଶ ପଟ୍ଟନାୟକ ଓ ଚନ୍ଦ୍ର କୈବର୍ତ ନାଟକର ବିଭିନ୍ନ ରୂପରେଖ ସମ୍ପର୍କରେ କଳାକାରମାନଙ୍କୁ ସଚେତନ କରିଛନ୍ତି । ଦିନକୁ ଦିନ ଆଞ୍ଚଳିକ ନାଟକ ହଜିଯାଉଥିବା ବେଳେ ନାଟକକୁ ବଞ୍ଚାଇ ରଖି ଏକ ନାଟକ ଆନ୍ଦୋଳନ ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କଳାକାରମାନେ ବେଶ ଖୁସି ଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ଗୁରୁ ପ୍ରଫେସର ରବିରଞ୍ଜନ ପ୍ରଧାନ, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ଉପଦେଷ୍ଟା ସତୀଶଚନ୍ଦ୍ର ପଟ୍ଟନାୟକ ଓ ଜଗବନ୍ଧୁ ବାରିକ ଯୋଗଦେଇ ନାଟକ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.