Vigilance Raid: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ରେଡ୍ - Vigilance raid in balasore

By ETV Bharat Odisha Team

Published : Aug 30, 2024, 6:04 PM IST

Updated : Aug 31, 2024, 9:36 AM IST

thumbnail
ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର କନିଷ୍ଠ କିରାଣୀ (ETV Bharat Odisha)

Vigilance Raid in Balasore: ବାଲେଶ୍ୱର: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ଏକକାଳୀନ ରେଡ୍(Raid) । ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କନିଷ୍ଠ କିରାଣୀଙ୍କ ଘର  ଭିଜିଲାନ୍ସ ଚଢ଼ାଉ କରିଛି । ସମୁଦାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । କିରାଣୀ ଜଣକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବର୍ତ୍ତମାନ ଭିଜିଲାନ୍ସର ଆକଳନ ଅନୁସାରେ ପ୍ରାୟ 1 କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି କିରାଣୀଙ୍କ ନାଁରେ ରହିଛି । କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଶେରଗଡରେ ଥିବା ଘର, ମାର୍କେଟ କମ୍ପ୍ଲେକ୍ସରେ ଚଢାଉ ଜାରି ରହିଛି । ଏହାସହ ନୀଳଗିରି କାହାଳିଆ ଅଞ୍ଚଳରେ ଥିବା ପୈତୃକ ବାସଭବନରେ ଚଢ଼ାଉ କରାଯାଇଛି । 

ଚଢ଼ାଉ(Raid) ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି ନରହରି ନାୟକ । ସେ କହିଛନ୍ତି ," ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ହେଉଛନ୍ତି ପ୍ରଦୀପ କୁମାର ଦାସ । ତାଙ୍କର ଅଙ୍ଗାରଗଡ଼ିଆ ଚଢ଼ାଉ ହୋଇଛି, ତାପରେ ସେରଗଡ଼ରେ ହୋଇଛି ଏମିତି 6ଟି ସ୍ଥାନରେ ଖୋଳତାଡ଼ ଚାଲିଛି । ଏଥିରେ ଆମର ଦୁଇ ଆଡ଼ିସିନାଲ ଏସପି , 4ଜଣ ଡ଼ିଏସପି, 7 ଇନିସ୍ପେକ୍ଟର, ଏଭଳି 30ରୁ 40 ଜଣ ଅଫିସର ସାମିଲ ରହିଛନ୍ତି ।ସମୁଦାୟ ପ୍ଲଟ 6ଟା ଖଣ୍ଡେ ବାହାରିଛି ଆଉ ଦୁଇଟା ତିନି ମହଲା ବିଲ୍ଡିଂ ଗୋଟେ, ଦୁଇ ମହଲା ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ । କୋଟିଏରୁ ଅଧିକ ହୋଇଯିବ ଗୋଟେ କମ୍ପ୍ଲେକ୍ସ । "

ଏହା ମଧ୍ୟ ପଢନ୍ତୁ....ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, 5 ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ - RI Trapped by Vigilance 

ଇଟିଭି ଭାରତ,ବାଲେଶ୍ବର 

Last Updated : Aug 31, 2024, 9:36 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.