ଶ୍ରୀମନ୍ଦିରରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ - Taladhwaja Darpadalana in Srimandir

By ETV Bharat Odisha Team

Published : Jul 15, 2024, 7:50 PM IST

thumbnail
ଶ୍ରୀମନ୍ଦିରରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ (DD)

ପୁରୀ: ଶ୍ରୀମନ୍ଦିର ନିକଟରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ବଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପ୍ରଥମେ ବଡ଼ଦେଉଳରେ ବଡ଼ ଠାକୁରଙ୍କ ରଥ ଲାଗିଥିଲା । ଏହା ପରେ ପରେ ସାନ ଭଉଣୀ ସୁଭଦ୍ରାଙ୍କ ରଥ ପହଞ୍ଚିଛି । ଆଉ କିଛି ସମୟ ପରେ ଗହଳି ନେଇ ଆସୁଥିବା ନନ୍ଦିଘୋଷ ରଥ ସିଂହଦ୍ବାର ନିକଟରେ ଲାଗିବ । ନନ୍ଦିଘୋଷ ମରିଚିକୋଟ ନିକଟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ସିଂହଦ୍ବାରରେ ଲାଗିବ । ଭକ୍ତମାନେ ବେଗେ ବେଗେ କାଳିଆର ରଥକୁ ସିଂହଦ୍ବାର ନିକଟକୁ ଟାଣି ଆଣୁଛନ୍ତି । ଏହାସିହତ ଶେଷ ହେବ ଶ୍ରୀବିଗ୍ରହଙ୍କ ନବଦିନାତ୍ମକ ଯାତ୍ରା । ଆଜି ବାହୁଡ଼ା ଦଶମୀରେ ତିନି ଠାକୁର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିଲେ । ତିନି ରଥ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ରଥ ଉପରେ ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ।  

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉ, ବେଗେ ବେଗେ ଗଡୁଛି ତିନି ରଥ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.