thumbnail

ଜଗନ୍ନାଥ ବେଶରେ ଦର୍ଶନ ଦେଲେ ମହାକାଳ, ଉଜ୍ଜୈନରୁ ଦେଖନ୍ତୁ ବାବାଙ୍କ ଭସ୍ମ ଆଳତି - Baba Mahakal srungar as Jagannath

By ETV Bharat Odisha Team

Published : Jul 7, 2024, 12:41 PM IST

Baba Mahakal srungar as Jagannath: ଭୋପାଳ: ମହାପ୍ରଭୁ ଜଗନ୍ନାଥଙ୍କ ରୂପରେ ପୂଜା ପାଇଲେ ବାବା ମହାକାଳ । କେବଳ ପୁରୀ ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସାରା ଦେଶ ଆଜି ଉତ୍ସବମୁଖର । ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟ ତିଥି ଅବସରରେ ଦାରୁବ୍ରହ୍ମଙ୍କ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଆଜି ମଧ୍ୟପ୍ରଦେଶ ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି । ବାବା ମହାକାଳଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଶୃଙ୍ଗାର କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଜଗନ୍ନାଥଙ୍କ ସ୍ୱରୂପରେ ବାବା ମହାକାଳଙ୍କ ନିକଟରେ ଭସ୍ମ ଆଳତି କରାଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାକାଳଙ୍କ ଏହି ଦିବ୍ୟ ଜଗନ୍ନାଥ ସ୍ୱରୂପକୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଜୟ ଜଗନ୍ନାଥ ଓ ଜୟ ମହାକାଳ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା । ମହାକାଳ ଓ ମହାପ୍ରଭୁଙ୍କ ଅପୂର୍ବ ମହାମିଳନ ଦେଖିବାକୁ ମିଳିଛି । 

ଏହାମଧ୍ୟ ପଢନ୍ତୁ... ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା; ବଡଦାଣ୍ଡକୁ ଓହ୍ଲାଇବେ ବିଶ୍ୱନିୟନ୍ତା, ଅପେକ୍ଷାରେ ତିନି ରଥ - Puri Ratha Yatra 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.