ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ବ୍ରହ୍ମପୁର ଉପକଣ୍ଠରେ ବିରାଟ ଶୋଭାଯାତ୍ରା - Spiritual Celebration in Berhampur
🎬 Watch Now: Feature Video
Published : Jan 22, 2024, 8:50 PM IST
ବ୍ରହ୍ମପୁର : ଆଜି ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜମାନ କରିଛନ୍ତି ପ୍ରଭୁ ରାମଲାଲା । ଏହାକୁ ନେଇ ଦିଲ୍ଲୀ ଠାରୁ ପଲ୍ଲୀ ଯାଏଁ ସବୁଠି ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ ଭକ୍ତି ଭାବ ଓ ଉତ୍ସାହ । ଏହି ଅବସରରେ ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର ସହର ମଧ୍ୟ ବାଦ୍ ପଡିନାହିଁ । ବ୍ରହ୍ମପୁର ସହର ସମେତ ଉପକଣ୍ଠରେ ରହିଥିବା ଲୋଚାପଡା ପଞ୍ଚାୟତରେ ରାମ ଭକ୍ତଙ୍କ ବିରାଟ ମୋଟର ସାଇକେଲରେ ପରିକ୍ରମା କରିଥିଲେ । ବାଇକରେ ଗୈରିକ ଧ୍ବଜା ସହ ପ୍ରଭୁ ବଜରଙ୍ଗୀ ଙ୍କ ପତାକାକୁ ଲଗାଇ ରାଲି କରିିଥିଲେ ।
ଏହା ମଧ୍ୟ ପଢନ୍ତୁ ... ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ
ଛୋଟ ଛୋଟ ଶିଶୁ ଙ୍କୁ ରାମ, ସୀତା , ଲକ୍ଷ୍ମଣ , ହନୁମାନ ଆଦି ପୌରାଣିକ ବେଶ ରେ ନଗର ପରିକ୍ରମା କରାଯାଇଥିଲା । ଭକ୍ତ ମାନେ ସ୍ଥାନେ ସ୍ଥାନେ ରହି ଜୟ ଶ୍ରୀରାମର ଉଦଘୋଷ ଦେଇଥିଲେ । ତେବେ ଲୋଚାପଡା ସମେତ ଉପକଣ୍ଠରେ ରହିଥିବା ବିଭିନ୍ନ ସ୍ଥାନରେ ପରିକ୍ରମା କରାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର