କାଲିଠୁ ଦୁଲୁକିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ - KONARK FESTIVAL 2024
🎬 Watch Now: Feature Video
Published : Nov 30, 2024, 4:33 PM IST
ନିମାପଡ଼ା: ଆସନ୍ତାକାଲି(ରବିବାର) ଠାରୁ ଆରମ୍ଭ ହେବ ୩୫ ତମ କୋଣାର୍କ ଉତ୍ସବ ଓ ୧୪ ତମ ଅର୍ନ୍ତଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଓଡିଶୀ, ଭାରତ ନାଟ୍ୟମ୍ ଓ କୁଚୁପୁଡିରେ ଝୁମିବେ ଦେଶ ବିଦେଶର ଦର୍ଶକ । ଦର୍ଶକଙ୍କ ମନମୋହିବ ଶାସ୍ତ୍ରୀୟ ସଙ୍ଗୀତ ଓ ବାଦ୍ୟ । ଖାଲି ସେତିକି ନୁହେଁ ମୀନାବଜାର, ଅପେରା ସହ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ ପର୍ଯ୍ୟଟକଙ୍କୁ ମନମୁଗ୍ଧ କରିବ ।
ଚଳିତ ବର୍ଷ ଆଦିବାସୀ ଚିତ୍ରକଳାକୁ ଚନ୍ଦ୍ରଭାଗା ବାଲୁକା କଳାରେ ସ୍ଥାନ ଦିଆଯାଇଛି । ଚିତ୍ରକର ମାନେ ଝୋଟି ଚିତାରେ ସଜାଇଛନ୍ତି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଓ ଚନ୍ଦ୍ରଭାଗା ବାଲୁକା କଳା ପଡିଆକୁ ସେପଟେ ଏହି ମହୋତ୍ସବକୁ ଉପଭୋଗ କରିବାକୁ ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ୧୭୭୦ ଟଙ୍କାରେ ୬ ଜଣ ଭୁବନେଶ୍ୱର ଠାରୁ କୋଣାର୍କ ବସ୍ ଯୋଗେ ଆସି, ସୂର୍ଯ୍ୟ ମନ୍ଦିର ବୁଲିବା, ଚନ୍ଦ୍ରଭାଗା ବାଲୁକା କଳା ଦେଖିବା ଏବଂ ମୁକ୍ତାକାଶ ରଙ୍ଗ ମଞ୍ଚରେ ବିଭିନ୍ନ ନୃତ୍ୟ ଦେଖିବା ସହ ଯାତ୍ରୀ ନିବାସରେ ଭୋଜନର ବ୍ୟବସ୍ଥା କରାଯାଇଛି । ସେହିପରି ୬ ଜଣଙ୍କୁ ପୁରୀରୁ କୋଣାର୍କ ପାଇଁ ୧୫୧୦ ଟଙ୍କା ଧାର୍ଯ୍ୟ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ଦୁଲୁକିବ ଅର୍କକ୍ଷେତ୍ର, କୋଣାର୍କ ମହୋତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟର
ଇଟିଭି ଭାରତ, ନିମାପଡ଼ା