ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଗର୍ଜିଲା ପୋଷ୍ଟାଲ ସଂଘ - ପୋଷ୍ଟମ୍ୟାନ ଆନ୍ଦୋଳନ
🎬 Watch Now: Feature Video
Published : Mar 3, 2024, 9:40 PM IST
Postal Union Protest In Rourkela: ରାଉରକେଲା: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପାଇଁ ଗର୍ଜିଲା ଅଖିଳ ଭାରତ ପୋଷ୍ଟମ୍ୟାନ ଓ ଏମଟିଏସ କର୍ମଚାରୀ ସଂଘ । ଆଜି(ରବିବାର) ଦିନ ରାଉରକେଲା ସହରରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଛି ସଂଘ । ନ୍ୟାସନାଲ ଫେଡେରେସନ୍ ଅଫ୍ ପୋଷ୍ଟାଲ ଏମ୍ପୋଇଜ ଓ ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପୋଇଜ ୟୁନିୟନ ସହ ବନ୍ଧିତ ଅଖିଳ ଭାରତ ଡ଼ାକ ବିଭାଗ ଓ ଏମଟିଏସ କର୍ମଚାରୀ ସଂଘ ଓଡ଼ିଶା ସର୍କଲର ୩୦ତମ ଦ୍ଵିବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦେଶରେ ସାମଗ୍ରିକ ଭାବରେ ଦେଶରେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ଶ୍ରମିକ ଓ କର୍ମଚାରୀମାନେ କିଭଳି ଭାବରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ ....ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ
ଏହାସହ ଦେଶର ସମସ୍ତ ଶ୍ରମ ଆଇନଗୁଡିକୁ ବାତିଲ କରି ୪ଟି ଶ୍ରମକୋର୍ଡରେ ପରିଣତ କରି ସେମାନଙ୍କୁ ସରକାର କ୍ରୀତଦାସରେ ପରିଣତ କରିବା ପାଇଁ ସରକାର ଚେଷ୍ଟା କରୁଥିବା ଅଭିଯୋଗ କରିଛି ସଂଘ । ତେବେ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା, ସାମାଜିକ ସୁରକ୍ଷା ଆଦି ପ୍ରସଙ୍ଗରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି । କର୍ମଚାରୀଙ୍କ ଉପରେ ପ୍ରତିଦିନ କାର୍ଯ୍ୟଭାର ଅଧିକ ହେବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସର୍ବଭାରତୀୟ ସମ୍ମିଳନୀରେ ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ଆନ୍ଦୋଳନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ରାଉରକେଲା