କର୍ମୀଙ୍କ ନିଶା ଆଉ AICCର ଦିଶା କଂଗ୍ରେସକୁ ଆଗାମୀ ଦିନରେ ଓଡ଼ିଶାରେ ଆସ୍ଥାଭାଜନ କରିବ: ଜୟଦେବ ଜେନା - JAYADEV JENA EXCLUSIVE INTERVIEW

By ETV Bharat Odisha Team

Published : Aug 17, 2024, 7:14 AM IST

thumbnail
JAYADEV JENA EXCLUSIVE INTERVIEW (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରେ ପ୍ରଦେଶ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବା ପାଇଁ AICC ଷ୍ଟିୟରିଙ୍ଗ କମିଟି ଗଠନ କରିଛି । ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି, ଆଗକୁ ପିସିସି ସଭାପତି ମଧ୍ୟ ଘୋଷଣା ହେବ । ଆସନ୍ତା ସପ୍ତାହରେ ପ୍ରଭାରୀ ଅଜୟ କୁମାର ଓଡ଼ିଶା ଆସିବେ, ଷ୍ଟିୟରିଙ୍ଗ କମିଟିର ବୈଠକ ବସିବା ନେଇ ସମ୍ଭାବନା ରହିଛି । ଓଡ଼ିଶାରେ କଂଗ୍ରେସର ବିକାଶ ପାଇଁ କଂଗ୍ରେସର ପ୍ରତିଟି କର୍ମୀ, ନେତା ଓ ପଦାଧିକାରୀଙ୍କ ନିଶା ଏବଂ AICCର ସଠିକ ଦିଶା ମିଳିଲେ କଂଗ୍ରେସ ଓଡିଶାବାସୀଙ୍କ ବିଶ୍ବାସଭାଜନ ହୋଇପାରିବ ବୋଲି ‘ଇଟିଭି ଭାରତ’ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଏହା ବି ପଢନ୍ତୁ- Exclusive: ଇଟିଭି ଭାରତରେ ଓଡ଼ିଶା ଛାତ୍ର କଂଗ୍ରେସର ନୂଆ ସଭାପତି, ଆଗକୁ କଣ ରହିଛି ଲକ୍ଷ୍ୟ ଶୁଣନ୍ତୁ ଉଦିତ ନାରାୟଣଙ୍କ ମୁହଁରୁ 

ସେ ଆହୁରି କହିଛନ୍ତି, "ମୁଁ ପିସିସି ଦୌଡ଼ରେ ନାହିଁ କିମ୍ବା ଲବି କରିନି । ଏଆଇସିସି ଯାହା ନିଷ୍ପତ୍ତି ନେବ ତାକୁ ମୁଁ ସ୍ୱାଗତ କରିବି । ଓଡିଶା କଂଗ୍ରେସର ବିକାଶ ପାଇଁ ଏଆଇସିସି ନିରନ୍ତର ଚେଷ୍ଟା ଜାରି ରଖିଛି । ରାଜ୍ୟ କଂଗ୍ରେସରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ, ସମସ୍ତେ ଏକ ଅଛନ୍ତି, ଯେତେବେଳେ ଯିଏ ପିସିସି ସଭାପତି ହେବ ତାର ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିବୁ । ପିସିସି ସଭାପତି ଚୟନ ପ୍ରକ୍ରିୟା ବିଳମ୍ବିତ ହେବାର କୌଣସି କାରଣ ନାହିଁ । ବିଭିନ୍ନ ଜାତୀୟ କାରଣ ଯୋଗୁଁ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ବ୍ୟସ୍ତ ଅଛନ୍ତି ସେଥିପାଇଁ ବିଳମ୍ବ ହେଉଛି । ଖୁବଶୀଘ୍ର ଏଆଇସିସି ନିଷ୍ପତ୍ତି ନେବ । କଂଗ୍ରେସର ସଂଗଠନ ଗାଁ ଗାଁରେ ରହିଛି । ତୃଣମୂଳ ସ୍ତରରେ କଂଗ୍ରେସକୁ ଅଧିକ କ୍ରିୟାଶୀଳ କରିବାକୁ ସମସ୍ତେ ଲାଗିଲେ 2029ରେ କଂଗ୍ରେସ କ୍ଷମତାକୁ ଆସିପାରିବ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତାକର..

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.