ରାଜ୍ୟରେ ବିଜେପି ଶାସନ ଆରମ୍ଭ: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଘୋଷଣା ପରେ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା - Odisha CM Oath Ceremony

By ETV Bharat Odisha Team

Published : Jun 12, 2024, 2:11 PM IST

thumbnail
ରାଜ୍ୟରେ ବିଜେପି ସରକାର ଆରମ୍ଭ: ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଘୋଷଣା ପରେ ମନ୍ତ୍ରିମଣ୍ଡଳକୁ ନେଇ ଚର୍ଚ୍ଚା (ETV Bharat Odisha)

ବ୍ରହ୍ମପୁର: ରାଜ୍ୟରେ ପ୍ରଥମଥର ଏକାକୀ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସରକାର ଗଠନ ପୂର୍ବରୁ ଗତକାଲି ଦଳର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଚୟନ କରାଯାଇସାରିଛି । ଏପରିକି ସମସ୍ତ ନେତୃବୃନ୍ଦ ଏହି ଅବସରରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଆଜି (ବୁଧବାର) ଅପରାହ୍ନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଦଳର ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋହନ ମାଝୀଙ୍କୁ ଦଳର ଚୟନ କରାଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଦଳର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଚୟନ କରାଯାଇଛି । ହେଲେ କ୍ୟାବିନେଟର ରୂପରେଖ କଣ ହେବ, କେତେସଂଖ୍ୟକ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିବେ, ସେନେଇ ଆକଳନ ଜାରି ରଖିଛନ୍ତି ସମସ୍ତେ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଘୋଷଣା ପରେ କେଉଁ ବିଧାୟକମାନେ ମୋହନ ମାଝୀ ସରକାରରେ ମନ୍ତ୍ରୀପଦ ପାଇବେ ତାହା ଆଉ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.