‘ଧର୍ମଗ୍ରନ୍ଥର ବାର୍ତ୍ତାକୁ ଅପଭ୍ରଂଶ କରି ଜାତିପ୍ରଥା ଓ ଅସ୍ପୃଶ୍ୟତା ସୃଷ୍ଟି କରାଯାଇଛି’ - Seminar on Ajit Mitra Memoey

By ETV Bharat Odisha Team

Published : May 26, 2024, 8:46 PM IST

thumbnail
Seminar Organized in Tribal Research Center (ETV Bharat Odisha)

Seminar Organized in Tribal Research Center: କୋରାପୁଟ: ଆଜି କୋରାପୁଟ ସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର କୋଟସ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଦଶମ ଅଜିତ ମିତ୍ର ସ୍ମାରକୀ ବକ୍ତୃତା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ଶିକ୍ଷାବିତ ପ୍ରଫେସର ସତ୍ୟନାରାୟଣ ରଥ । ଏହି କାର୍ଯ୍ୟକ୍ରମରେ କୋଟସର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗ ଦେଇଥିଲେ।        

ପ୍ରାଚୀନ କାଳରୁ ଭାରତୀୟ ଜୀବନଧାରାକୁ ପ୍ରଭାବିତ କରୁଥିବା ବେଦ ଭଳି ଶାସ୍ତ୍ରର ଉପଯୁକ୍ତ ଅଧ୍ୟୟନ କରିନଥିବା କିଛି ଖଳ ବ୍ୟକ୍ତିଙ୍କ ଅମୂଳକ ବ୍ୟାଖ୍ୟା ହିଁ ଏହି ମାଟିରେ ଜାତିପ୍ରଥା ଓ ଅସ୍ପୃଶ୍ୟତାର ପ୍ରଚଳନ ପାଇଁ ଦାୟୀ ବୋଲି ରଥ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମଗ୍ର ମନୁଷ୍ୟ ଜାତି ଛଅ ଶହ ହଜାର ବର୍ଷ ପୂର୍ବେ ପୂର୍ବ ଆଫ୍ରିକାର ଏକ ମୂଳ ସ୍ରୋତରୁ ସୃଷ୍ଟି ହୋଇଥିବା ଯୋଗୁଁ ପରବର୍ତ୍ତୀ ପର୍ଯ୍ୟାୟରେ ଜନ୍ମନେଇଥିବା ଜାତି ଭିତ୍ତିକ ଅସମାନତା ଓ ଅସ୍ପୃଶ୍ୟତାର କିଛି ଆଧାର ନଥିବା ସ୍ପଷ୍ଟ କରିଛନ୍ତି । ଭାରତୀୟ ଶାସ୍ତ୍ରରେ କର୍ମ ଅନୁଯାୟୀ ବର୍ଗୀକରଣ କରାଯାଇଥିବା ଯୋଗୁଁ କୌଣସି କର୍ମ ଗୌଣ ନୁହେଁ ବୋଲି ଗ୍ରହଣ କରିଥିବା ତତ୍ତ୍ବକୁ ଆଧାର କରି ସମସ୍ତଙ୍କୁ ଏକ ଓ ଅନନ୍ୟ ଭାବେ ବ୍ୟାଖ୍ୟା କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ.. ଘୋଷଣା ହେଉଛି ଯୁକ୍ତ ୨ ପରୀକ୍ଷା ଫଳ, CHSE କାର୍ଯ୍ୟାଳୟରୁ ଦେଖନ୍ତୁ LIVE - Plus Two Result 2024

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମାଜର କିଛି ଖଳ ପ୍ରକୃତିର ବ୍ୟକ୍ତି ଏହି ତତ୍ତ୍ବର କଦର୍ଥ କରି ନିଜ ସ୍ୱାର୍ଥ ସାଧନା କରିବା ପାଇଁ ଜାତିଭେଦ ଓ ଅସ୍ପୃଶ୍ୟତାକୁ ଧର୍ମ ସହ ଯୋଡି ଦେଇଥିବା ବେଳେ ଇଂରେଜ ମାନେ ବିଭାଜନ ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ପ୍ରଚଳନ କରିବା ପାଇଁ ଏହି ଅପପ୍ରଚାରକୁ ଆହୁରି ବ୍ୟାପକ କରାଇଥିଲେ । ତେଣୁ ସମସ୍ତ ଭାରତୀୟ ଏକ ଓ ଅଭିନ୍ନ ବୋଲି ଅନ୍ତଃଚେତନାରେ ଅନୁଭବ କରିପାରିଲେ ଭାରତର ଅଗ୍ରଗତି ବହୁମାତ୍ରାରେ ବୃଦ୍ଧି ପାଇ ପାରନ୍ତା ବୋଲି ସେ ଆଶା ପୋଷଣ କରିଛନ୍ତି । ଦଶ ବର୍ଷ ପୂର୍ବେ କୋଟସ ପରିସରରେ ସ୍ବର୍ଗତ ପ୍ରଫେସର ଅଜିତ ମିତ୍ରଙ୍କ ବ୍ୟକ୍ତିଗତ ପାଠାଗାରର ସମସ୍ତ ପୁସ୍ତକକୁ ଆଣି କୋଟସର ପାଠାଗାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ପରେ ତାଙ୍କ ସ୍ମୃତିରେ ବକ୍ତୃତାମାଳା ବର୍ଷ ପରେ ବର୍ଷ ସଫଳତାର ସହ ଆୟୋଜନ କରିଆସିଥିବା କୋଟସର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।  

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.