ସ୍ବାଧୀନତା ଦିବସରେ ଗ୍ରାଣ୍ଡ ସେଲିବ୍ରେସନ, ରାମୋଜୀ ଫିଲ୍ମ ସିଟିରେ ଉଡ଼ିଲା ତ୍ରିରଙ୍ଗା - Independence Day Celebration

By ETV Bharat Odisha Team

Published : Aug 15, 2024, 4:59 PM IST

thumbnail
Independence Day Celebration In RFC (ETV Bharat)

ହାଇଦ୍ରାବାଦ: ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ବିଶ୍ବର ସର୍ବବୃହତ ଫିଲ୍ମସିଟି କୁହାଯାଉଥିବା ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ମଧ୍ୟ ସ୍ବାଧୀନତା ଦିବସ ପାଳନ ହୋଇଛି । ଇନାଡୁର ପରିଚାଳନା ନିର୍ଦ୍ଦେଶକ ସିଏଚ କିରଣ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶୀ ପରିଚାଳନା ନିର୍ଦ୍ଦେଶକ ଏମଡି ଶୈଳଜା କିରଣ, RFC ପରିଚାଳନା ନିର୍ଦ୍ଦେଶକ ବିଜୟେଶ୍ବରୀ, ଇଟିଭି ସିଇଓ ବାପିନାଇଡୁ, ରାମୋଜୀ ଗ୍ରୁପ ଏଚଆର୍ ପ୍ରେସିଡେଣ୍ଟ ଗୋପାଳ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଇନାଡୁ ତେଲେଙ୍ଗାନା ଏଡିଟର ଡିଏନ ପ୍ରସାଦ, RFC ନିର୍ଦ୍ଦେଶକ ଶିବରାମକ୍ରିଷ୍ଣ, ବିଭିନ୍ନ ବିଭାଗ ମୁଖ୍ୟଙ୍କ ସମେତ ରାମୋଜୀ ଗ୍ରୁପର ସମସ୍ତ କର୍ମଚାରୀମାନେ ସାମିଲ ଥିଲେ । 

ଏହା ବି ପଢନ୍ତୁ...ଶଙ୍ଖ ଭବନରେ ସ୍ୱାଧୀନତା ଦିବସ ପାଳିଲେ ନବୀନ: ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଓ ଦାୟଦଙ୍କୁ କଲେ ସମ୍ମାନିତ - Independence Day in BJD office

ରହିରଖୁଛୁ, ରାମୋଜୀ ଫିଲ୍ମ ସିଟି ହେଉଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଛୁଟି କଟାଇବା ପାଇଁ ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଭାବେ ପରିଚିତ । ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ଦ୍ବାରା ନିର୍ମିତ ରାମୋଜୀ ଫିଲ୍ମ ସିଟି କ୍ୟାମ୍ପସ ପରିସରରେ ରହିଛି ଇନାଡୁ, ଇଟିଭି, ଇଟିଭି ଭାରତ ଭଳି ଗଣମାଧ୍ୟମ ସଂସ୍ଥା । ଗଣମାଧ୍ୟମ ଜଗତ ପ୍ରତି ରାମୋଜୀ ରାଓଙ୍କ ଅତୁଳନୀୟ ଅବଦାନ ରହିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.