କେତେ ଛୁଞ୍ଚି ଫୋଡିଛି ଗୁଣିଆ ? ଯେତେ ବାହାରିଲେ ବି ସରୁନି... - 77 needles recovered

By ETV Bharat Odisha Team

Published : Jul 20, 2024, 8:40 PM IST

thumbnail
77 needles recovered from Girl head (ETV Bharat Odisha)

ସମ୍ବଲପୁର: ବଲାଙ୍ଗୀରର ଯୁବତୀଙ୍କ ମୁଣ୍ଡରେ ଗୁଣିଆ ଛୁଞ୍ଚି ଫୋଡିବା ଘଟଣା । ଯୁବତୀଙ୍କ ମୁଣ୍ଡରୁ ଆଉ 7ଟି ଛୁଞ୍ଚି ବାହାରିଛି । ଏନେଇ ସୂଚନା ଦେଇଛନ୍ତି ଭୀମସାର ମେଡିକାଲ କର୍ତ୍ତୃପକ୍ଷ । ଯୁବତୀଙ୍କ ମୁଣ୍ଡରୁ ଆଜି ପର୍ଯ୍ୟନ୍ତ ସମୁଦାୟ 77 ଟି ଛୁଞ୍ଚି ବାହାରିଛି । ଏନେଇ ବୁର୍ଲା ଭିମସାର ମେଡିକାଲର ନିର୍ଦ୍ଦେଶକ ଭାବଗ୍ରାହୀ ରଥ ସୂଚନା ଦେଇଛନ୍ତି। 

ଏହା ବି ପଢନ୍ତୁ...ଅନ୍ଧବିଶ୍ବାସର ଅନ୍ଧଗଳି: ଚିକିତ୍ସା ନାଁରେ ତାନ୍ତ୍ରିକର କାରନାମା, ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି - 70 needles recovered from Girl head

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ଜଣେ ଯୁବତୀଙ୍କୁ ଚିକିତ୍ସା କରିବା ଆଳରେ ତଙ୍କ ମୁଣ୍ଡରେ ଗୁଣିଆ ଛୁଞ୍ଚି ଫୋଡିଥିଲା । ଯୁବତୀ ଜଣଙ୍କ ଗୁରୁତର ହେବାରୁ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀରରୁ ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି (ଶୁକ୍ରବାର) ଯୁବତୀଙ୍କ ମୁଣ୍ଡରେ ପ୍ରଥମେ 70ଟି ଛୁଞ୍ଚିକୁ ବାହାର କରାଯାଇଥିଲା । ପରେ ସ୍କାନ ରିପୋର୍ଟରୁ ଆଉ ଛୁଞ୍ଚି ମୁଣ୍ଡରେ ରହିଥିବା ଜଣାପଡିଥିଲା । ଏହାପରେ ଭିମସାରରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ପୁଣି ଅସ୍ତ୍ରୋପଚାର କରିଥିଲେ। ଏହି 10 ଜଣିଆ ଟିମ୍ ଅସ୍ତ୍ରୋପଚାର କରି ମୁଣ୍ଡରୁ ଆଜି ଆଉ 7 ଗୋଟି ଛୁଞ୍ଚି ବାହାର କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.