ଅନୁଗୋଳ ସାଧାରଣତନ୍ତ୍ର ଦିବସ ପାଳନ, ପତାକା ଉତ୍ତୋଳନ କଲେ କଲେ ସଂସ୍କୃତି ମନ୍ତ୍ରୀ - ଅନୁଗୋଳ ଖବର
🎬 Watch Now: Feature Video
Published : Jan 26, 2024, 8:20 PM IST
75th Republic Day: ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ଟ୍ରେନିଂ ପଡ଼ିଆରେ ଆଜି ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଆଜିର ଦିନଟି ପ୍ରତ୍ୟକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ କାରଣ ଏହି ଦିବସରେ ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା । ବିଶ୍ବର ସର୍ବ ବୃହତ ସମ୍ବିଧାନ ପ୍ରଣୟନ ହୋଇଥିଲା ବୋଲି ମୁଖ୍ୟ ଅତିଥି ଉଦବୋଧନ ଦେଇଥିଲେ ।
ଅନ୍ୟପକ୍ଷେ ଓଡ଼ିଶାର ପ୍ରଗତି ଏବେ ଶୀର୍ଷରେ ପହଞ୍ଚିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଐତିହାସିକ ପଦକ୍ଷେପ । ଏହି ପ୍ରକଳ୍ପ ଦ୍ବାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା କମି ଯାଇଛି । ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ ଜରିଆରେ ୧୧୪୩ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଯାନ କାରଖାନା ନିର୍ମାଣ ହେବ । ସେଥିରେ ୧୧ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ତେଣୁ ରାଜ୍ୟ ସରକାର ବିକାଶ ପଥରେ ଆଗେଇ ଚାଲିଛନ୍ତି ବୋଲି ମଧ୍ୟ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଏହି ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଜିଲ୍ଲା ପୋଲିସ, ହୋମ ଗାର୍ଡ, ଅଗ୍ନିଶମ ବାହିନୀ ସମେତ ବିଭିନ୍ନ ସ୍କୁଲ ଓ କଲେଜରୁ ୩୯ଟି ଟିମ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ପ୍ୟାରେଡ଼ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ସୁଧାଂଶୁ ଶେଖର ମିଶ୍ର ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ......ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ଇଟିଭି ଭାରତ, ଅନୁଗୋଳ